Below header

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟ ଘୋଷଣା, ୨୨ ଜାନୁଆରୀ ଦିନ ୧୨.୨୦ ମିନିଟରେ ହେବ ଆୟୋଜନ

ଅଯୋଧ୍ୟା ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ ତାରିଖ ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ହେବ ଉଦଘାଟନ କାର୍ଯ୍ୟକ୍ରମ । ୨୨ ତାରିଖ ଦିନ ୧୨.୨୦ ମିନିଟରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ଅଯୋଧ୍ୟା ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ ତାରିଖ ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ହେବ ଉଦଘାଟନ କାର୍ଯ୍ୟକ୍ରମ । ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ତେବେ ପ୍ରାଣ ପ୍ରତିଷ୍ଠା ହେବାର ସମୟ ଧାର୍ଯ୍ୟ କରାଯାଇଛି । ୨୨ ତାରିଖ ଦିନ ୧୨.୨୦ ମିନିଟରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ଖବର ମୁତାବକ, ଆଜି ରାତି ୨.୦୯ ମିନିଟରୁ ରାମନଗରୀର କୋସୀ ପରିକ୍ରମା କରାଯିବ । ପରିକ୍ରମାରେ ପାଖାପାଖି ୧୪ କିମି ରାସ୍ତା ବୁଲିବାକୁ ହେବ । ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଉଥିବା ସମୟ ବହୁତ ସ୍ୱତନ୍ତ୍ର ରହିଛି । ସେଦିନ ଏହିସମୟରେ ମୃଗଶୀର୍ଷ ନକ୍ଷତ୍ର ରହିଛି । ଯାହା ବହୁତ ଶୁଭ ହୋଇଥାଏ । ଏହି ନକ୍ଷତ୍ରରେ କୃଷି କାର୍ଯ୍ୟ, ବେପାର, ବିଦେଶ ଯାତ୍ରା ପାଇଁ ସର୍ବଶ୍ରେଷ୍ଠ । ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ୧୭ ଜାନୁଆରୀରୁ ବିଧିବିଧାନ ପୂଜା ଆରମ୍ଭ ହୋଇଯିବ । ସେଦିନ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବ ।

ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି । ସିଆରପିଏଫର ୬ ବାଟାଲିୟନ ନିୟୋଜିତ ରହିଛନ୍ତି । ଯେଉଁଥିରେ ଗୋଟିଏ ମହିଳା ବାଟାଲିୟନ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.