ସ୍ପିଡରେ ବାଇକ ଚଳାଇବା ହେଲା କାଳ: ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦ୍ରୁତ ଗତି ମହାବିପତ୍ତି । ସ୍ପିଡରେ ବାଇକ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଶାଳପଡା ନୂଆକଲୋନୀର ବିଜୟ ଦଳେଇ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖାଳିଆମେଣ୍ଟା ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ଆନନ୍ଦପୁର(କେନ୍ୟୁଜ): ଦ୍ରୁତ ଗତି ମହାବିପତ୍ତି । ସ୍ପିଡରେ ବାଇକ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଶାଳପଡା ନୂଆକଲୋନୀର ବିଜୟ ଦଳେଇ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖାଳିଆମେଣ୍ଟା ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ଗୋଟିଏ ବାଇକରେ ଦୁଇଜଣ ଯୁବକ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ଟିୱେଲକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଟରେ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଆଭାଷ ଚୌଧୁରୀ ଚିକିତ୍ସାଧୀନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.