ବଡ ସମସ୍ୟା ହୋଇପାରେ ଏକାପଣ, WHO ଦେଲା ସୂଚନା

WHOର ସୂଚନା ମୁତାବକ, ଏକାପଣ ଏକ ଏପରି ରୋଗ ଯାହା ଲୋକଙ୍କୁ ଅନେକ ରୋଗ ଆଡକୁ ନେଇ ଯାଇଥାଏ । ଏଥିପାଇଁ ବିଭିନ୍ନ କାରଣରୁ ଲୋକମାନେ ତାଙ୍କ ଜୀବନ ହାରୁଛନ୍ତି ।

କରୋନା ଭାଇରସ୍‌ ପରେ ଲୋକଙ୍କ ମଧ୍ୟରେ ମାନସିକ ସମସ୍ୟା ଦ୍ରୁତ ଗତିରେ ବଢି ଚାଲିଛି । କିନ୍ତୁ WHOର କିଛି ରିସର୍ଚ୍ଚରମାନେ ଏକ ରିସର୍ଚ୍ଚ ଜରିଆରେ ଏହାର ସବୁଠାରୁ ବଡ କାରଣ ଏକାପଣ ବୋଲି କହିଛନ୍ତି । WHOର ସୂଚନା ମୁତାବକ, ଏକାପଣ ଏକ ଏପରି ରୋଗ ଯାହା ଲୋକଙ୍କୁ ଅନେକ ରୋଗ ଆଡକୁ ନେଇ ଯାଇଥାଏ । ଏଥିପାଇଁ ବିଭିନ୍ନ କାରଣରୁ ଲୋକମାନେ ତାଙ୍କ ଜୀବନ ହାରୁଛନ୍ତି । ତେବେ କୁହାଯାଉଛି ଯେ ଏକାପଣ ରହିବା ଯାହା ୧୫ଟି ସିଗାରେଟ୍‌ ଟାଣିବା ସହ ସମାନ ହୋଇଥାଏ । ଏହା ବ୍ୟତୀତ WHO ଏହାକୁ ନେଇ ଆହୁରୀ ଅନେକ ସୂଚନା ଦେଇଛନ୍ତି । ସେଥିପାଇଁ ଆସନ୍ତୁ ଆମେ ଆଜି ଏହି ବିଷୟରେ ବିସ୍ଥାରରେ ଜାଣିବା, ଯେ ଏକାପଣ କ’ଣ ପାଇଁ ହୋଇଥାଏ ଓ ଏଥିରୁ କିଭଳି ଭାବେ ବଞ୍ଚିବେ ।

ଏକାପଣ ବିଶ୍ୱ ଜନସ୍ୱାସ୍ଥ୍ୟର ଚିନ୍ତାର କାରଣ :
WHO ଘୋଷଣା କରିଛି, ଯେ ଏକାପଣ ହେଉଛି ବିଶ୍ୱ ଜନସ୍ୱାସ୍ଥ୍ୟର ଚିନ୍ତାର କାରଣ । ଏହା ଦ୍ୱାରା ଲୋକମାନେ ଯେପରି ଡିପ୍ରେସନ୍‌ରେ ରହିବା, ନିଜକୁ ସମସ୍ତଙ୍କ ଠାରୁ ଅଲଗା ରଖିବା ଭଳି ଅନେକ ଜିନିଷ କରିଥାନ୍ତି । ଏହା ବ୍ୟତୀତ WHOର ରିସର୍ଚ୍ଚରମାନେ ରିସର୍ଚ୍ଚ ଜରିଆରେ କହିଛନ୍ତି, ଯେ ଏକାପଣ ଦିନକୁ ୧୫ଟି ସିଗାରେଟ୍‌ ଟାଣିବା ସହ ସମାନ । ଏହାସହ ଆହୁରି ଅନେକ ଜିନିଷ ହୋଇଥାଏ ଯେପରି ମୋଟା ହେବା ଏବଂ ଅନ୍ୟ କିଛି ସମସ୍ୟା ହୋଇପାରେ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାରେ ଯୁବପିଢିରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ଲୋକ ଶିକାର ହେଉଛନ୍ତି ।

ଏକା ରହିବାର ଦ୍ୱାରା କ’ଣ କ୍ଷତି ହୋଇଥାଏ ?
ଏକାପଣ ରହିବା ଦ୍ୱାରା ଡିମେନ୍ସିଆ ହେବାର ଆଶଙ୍କା ୫୦% ଏବଂ କରୋନାରୀ ଧମନୀ ରୋଗ କିମ୍ବା ଷ୍ଟ୍ରୋକ୍ ହେବାର ଆଶଙ୍କା ୩୦% ବିପଦ ବଢି ଯାଇଥାଏ । କିନ୍ତୁ ଏହା ଯୁବକମାନଙ୍କ ବୟଷ ହ୍ରାସ କରୁଛି । ସୂଚନା ଅନୁସାରେ, ଆଫ୍ରିକାରେ ୧୨.୭% କିଶୋର ଏକା ରହିବାର ଅନୁଭବ କରନ୍ତି ଓ ୟୁରୋପରେ ୫.୩% କିଶୋର ଏହାର ସାମ୍ନା କରୁଛନ୍ତି ।

ବିଶେଷ ଭାବେ ସ୍କୁଲରେ ପଢୁଥିବା ପିଲା ମାନେ ନିଜକୁ ପ୍ରାୟତଃ ଏକା ଅନୁଭବ କରିଥାନ୍ତି । ଏହା ସହ ସେମାନେ ଏହି ପରି ଭାବେ ସ୍କୁଲ କିମ୍ବା ବିଶ୍ୱବିଦ୍ୟାଳୟ ଯିବା ବନ୍ଦ କରିଦେଇଥାନ୍ତି । ଏହାର ଅନେକ ଖରାପ ପ୍ରଭାବ ରହିଥାଏ, ଯାହା ପିଲାମାନଙ୍କୁ ଅନେକ ଭୁଲ ରାସ୍ତାକୁ ନେଇ ପାରେ । ଏହା ବ୍ୟତୀତ ଅନେକ ମାନସିକ ରୋଗର କାରଣ ମଧ୍ୟ ହୋଇପାରେ, ଯେପରି ଡିପ୍ରେସନ୍‌ ଅନ୍ୟ କୌଣସି ଡିଜଅର୍ଡର ପରି ଅନେକ ସମସ୍ୟା ହୋଇପାରେ । ତେବେ ଯଦି ଆପଣ ମଧ୍ୟ ନିଜକୁ ଏକା ଅନୁଭବ କରୁଛନ୍ତି, ତାହେଲେ ଆପଣ ସାମାଜରେ ଲୋକଙ୍କ ସହ ମିଶନ୍ତୁ, ଏକା ରୁହନ୍ତୁ ନାହିଁ, ସାଙ୍ଗ ବନାନ୍ତୁ, ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ଓ ନିଜେ ଖୁସି ରହିବା ପାଇଁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.