ପୁଣି ସନ୍ଦିଗ୍ଧ ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇ ମେଟ୍ରୋ ନିର୍ମାଣ ସ୍ଥଳରେ ଏକ ସୁଟକେସ ମିଳିଥିଲା ଯେଉଁଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି ।

ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ ମାମଲା । ଅପରାଧୀମାନେ ପୋଲିସକୁ ଚୁନା ଲଗାଇ କରୁଛନ୍ତି ଅପରାଧ । ଅପରାଧୀମାନେ ହତ୍ୟା ଭଳି ଅପରାଧ କରି ଶବକୁ ଲୁଚାଇବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । କେତେବେଳେ ଶବକୁ କାଟି ଫ୍ରିଜରେ ରଖନ୍ତି ତ ଆଉ କେତେବେଳେ ସୁଟକେସରେ ଶବକୁ ରଖି କୌଣସି ନିର୍ଜନ ସ୍ଥାନରେ ଫିଙ୍ଗି ଦିଅନ୍ତି । ସମାନ ଭାବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ସୁଟକେସରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ଏଭଳି ଅନେକ ଘଟଣା ପୂର୍ବରୁ ମଧ୍ୟ ହୋଇଥିବା ସୂଚନା ରହିଛି ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇ ମେଟ୍ରୋ ନିର୍ମାଣ ସ୍ଥଳରେ ଏକ ସୁଟକେସ ମିଳିଥିଲା ଯେଉଁଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ କହିବା ଅନୁସାରେ ଏହି ସୁଟକେସ୍ ଟି ଶାନ୍ତି ନଗରର ସିଏସଟି ରୋଡରେ ଥିବା ବ୍ୟାରିକେଡ୍ ନିକଟରେ ମିଳିଥିଲା । ଯେଉଁଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ପ୍ରାୟ ଦିନ ୧୨.୩୦ ମିନିଟ ସମୟରେ ଏ ବିଷୟରେ ସୂଚନା ପାଇଥିଲା ।

ସମ୍ପୃକ୍ତ ଘଟଣାକୁ ନେଇ ପୋଲିସ କହିଛି ଯେ ଯେତେବେଳେ ସେମାନେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସୁଟକେସକୁ ଦେଖିବା ପରେ ପୋଲିସ ଭାବିବାକୁ ଲାଗିଥିଲା ଏହା ଭିତରେ କଣ ଅଛି । କିଛି ସମୟ ପରେ ସୁଟକେସକୁ ଖେଲିଥିଲା । ଆଉ ସୁଟକେସ ଖୋଲିବା ପରେ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ । ସୁଟକେସ ଖୋଲିବା ପରେ ମିଳିଥିଲା ମହିଳାଙ୍କ ମୃତଦେହ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ମହିଳାଙ୍କ ବୟସ ୨୫ ରୁ ୩୫ ବର୍ଷ ହେବ । କିନ୍ତୁ ଫୋରେନସିକ୍ ଯାଞ୍ଚର ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ ।

ଘଟଣା ପରଠାରୁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୋଲିସର ସୂଚନାନୁସାରେ ଏହି ଘଟଣାର ତଦନ୍ତ ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୩୦୨ ଅନୁଯାୟୀ ପୋଲିସ ଉକ୍ତ ଅଜଣା ଅପରାଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହିଳାଙ୍କ ପରିଚୟ ମିଳି ନଥିଲେ ମଧ୍ୟ ତାଙ୍କ ବୟସ ୨୫ରୁ ୩୫ ହେବ ବୋଲି ଅନୁମାନ କରାଯାଉଛି । ମୃତଦେହ ଉଦ୍ଧାର ହେବା ସମୟରେ ମୃତ ମହିଳା ଜଣଙ୍କ ଏକ ଟି ସାର୍ଟ ଏବଂ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ଥିବାର ନଜର ଆସିଛନ୍ତି ।

ଏଭଳି ଅପରାଧ ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀମାନେ ନା ପୋଲିସ ଭୟ କରୁଛନ୍ତି ନ ଆଇନକୁ କରୁଛନ୍ତି ଭୟ । ତେବେ ସମ୍ପୃକ୍ତ ଘଟଣାର ବର୍ତ୍ତମାନ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.