Below header

ଆଜି ରାଷ୍ଟ୍ରପତି ପଦ ଲାଗି ଭୋଟିଂ: ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ପଦ ଲାଗି ଭୋଟିଂ। ଏଥିଲାଗି ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱୀତା କରୁଛନ୍ତି ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା। ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ହୋଇଛି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍‌ କେନ୍ଦ୍ର କରାଯାଇଛି । ସାଂସଦମାନେ ଚାହିଁଲେ ବିଧାନସଭାରେ ନିଜର ମତ ସାବ୍ୟସ୍ତ କରିପାରିବୋ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ସହ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛିା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪ ହଜାର ୮୦୯ ସାଂସଦ ଓ ବିଧାୟକ ଅଛନ୍ତି। ତା ମଧ୍ୟରୁ ୭୭୬ ଜଣ ସାଂସଦ ଥିବା ବେଳେ ୪ ହଜାର ୩୩ ଜଣ ବିଧାୟକ ଅଛନ୍ତି ।

ଜଣେ ସାସଂଦଙ୍କ ଭୋଟ ମୂଲ୍ୟ ୭ଶହ ରହିଛି। ଭିନ୍ନ ଭିନ୍ନ ରାଜ୍ୟ ପାଇଁ ବିଧାୟକଙ୍କ ଭୋଟ ମୂଲ୍ୟ ଅଲଗା। ଓଡ଼ିଶାରୁ ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ୧୪୯। ଓଡ଼ିଶା ବିଧାନସଭାର ମୋଟ ଭୋଟ ମୂଲ୍ୟ ରହିଛି ୨୧, ୯୦୩। ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଭୋଟ ଆବଶ୍ୟକ। ଦ୍ରୌପଦୀଙ୍କୁ ପ୍ରତି ସମର୍ଥନ ଦେଖିଲେ ତାଙ୍କୁ ମିଳିବାକୁ ଥିବା ଭୋଟର ମୂଲ୍ୟ ୬ ଲକ୍ଷ ୬୬ ହଜାର ୨୮। ଅର୍ଥାତ ଦ୍ରୌପଦୀଙ୍କୁ ୬୧.୫୮ ପ୍ରତିଶତ ଭୋଟ୍‌ ମିଳିପାରେ।

ସେପଟେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିବାକୁ ଥିବା ଭୋଟର ମୂଲ୍ୟ ରହିପାରେ ୪ ଲକ୍ଷ ୧୩ ହଜାର ୭୨୮। ଅର୍ଥାତ ଯଶୱନ୍ତ ସିହ୍ନାଙ୍କୁ ୩୮. ୨୯ ପ୍ରତିଶତ ଭୋଟ୍‌ ମିଳିପାରେ। ଦ୍ରୋପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ ରହିଛି ୪୮. ୮୯% ଭୋଟ୍‌। ଏହାବାଦ୍‌ ଅଣ ଏନ୍‌ଡିଏ ଦଳ ଭାବେ ବିଜେଡି, YSR କଂଗ୍ରେସ ପ୍ରାର୍ଟି, ବିଏସ୍‌ପି, ଶିବସେନା, ଜେଏମ୍‌ଏମ୍‌, ଜେଡିଏସ୍‌, ଅକାଳୀ ଦଳ, ଟିଡିପି ଭଳି ଦଳ ଦ୍ରୌପଦୀଙ୍କୁ ସମର୍ଥନ କରୁଛନ୍ତି। ଅର୍ଥାତ ଏନ୍‌ଡିଏର ୪୮.୮୯ ଓ ଅଣଏନ୍‌ଡିଏର ୧୨.୬୯ ମିଶାଇଲେ ଦ୍ରୌପଦୀଙ୍କୁ ୬୧.୫୮ ପ୍ରତିଶତ ଭୋଟ୍‌ ମିଳିପାରେ।

ସେପଟେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ଡିଏମ୍‌କେ ସହ ଏସ୍‌ପି, ବାମଦଳ, ଟିଆରଏସ୍‌, ଆପ୍‌ ଓ ଆରଜେଡିର ସମର୍ଥନ ରହିଛି। ଅନୁମାନ କରାଯାଉଛି ଯଶୱନ୍ତ ସିହ୍ନାଙ୍କୁ ୩୮. ୨୧ ପ୍ରତିଶତ ଭୋଟ୍‌ ମିଳିବ। ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଦେଖିଲେ, ସ୍ପଷ୍ଟ ହେଉଛି ତାଙ୍କ ବିଜୟ ନିଶ୍ଚିତ। ଓଡ଼ିଶାରୁ ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇ ପାରନ୍ତି। ଯାହା ଏକ ଐତିହାସିକ ମୁହୂର୍ତ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.