Below header

ପୁଣି ଫେରିଲା କରୋନା, ଇଂଲଣ୍ଡରେ ମାସେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ଥମିବାର ନାଁ ଧରୁନି । ଏପଟେ ଟିକା ପ୍ରସ୍ତୁତିରେ ବୈଜ୍ଞାନିକମାନେ ରାତି ଦିନ ଏକ କରିଦେଇଥିଲେ ମଧ୍ୟ ଟିକା ବାହାରି ପାରିନାହିଁ । ଏଥିପାଇଁ ବିଶ୍ୱବାସୀ ଆତଙ୍କିତ ଓ ଚିନ୍ତିତ । କରୋନା ପାଇଁ ଆରମ୍ଭ ହୋଇଥିବା ସବୁ ପଦକ୍ଷେପ ଯେପରି ଫିକା ପଡ଼ିବାରେ ଲାଗିଛି । କରୋନା ସଂକ୍ରମଣ କିଛି ଦିନ ପାଇଁ କମ୍‌ ଥିବା ବେଳେ ପୁଣି ଥରେ ଏହା ବଢ଼ିବାରେ ଲାଗିଛି ।

ଥଣ୍ଡା ଦିନରେ ଏହା ବଢ଼ିବ ବୋଲି ଗବେଷକମାନେ ଯେଉଁ ଆଶଙ୍କା କରିଥିଲେ ତାହା ଏବେ ସତ୍ୟ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । ଲକ୍‌ଡାଉନ୍‌ ଡିସେମ୍ବର ୨ ଯାଏ ବଳବତ୍ତର ରହିବ । ଏହି ସମୟରେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲଗାଯାଇଛି ।

ପୁଣି ଥରେ ଲକ୍ଡାଉନ୍ ଘୋଷଣା କରାଯାଉଥିବାରୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଲକଡାଉନ୍ ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି । କେବଳ ଖାଦ୍ୟ ସାମଗ୍ରୀ, ମେସିଡିନ୍, ବ୍ୟାୟାମ ଓ ପାଠପଢ଼ା କାମରେ ହିଁ ଘରୁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଆବଶ୍ୟକ ପଡ଼େ, ତାହେଲେ ଅଫିସ୍ କାମ ଘରୁ କରିବା ପାଇଁ କୁହାଯାଇଛି । ତେବେ ସ୍କୁଲ ଓ ଅତ୍ୟାବଶ୍ୟକ ଦୋକାନ କଟକଣା ସହିତ ଖୋଲିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.