ଫଟୋ ଗ୍ରାଫରଙ୍କୁ ଏମିତି କିଛି କହି ଘଉଡ଼ାଇ ଦେଲେ ଶିଳ୍ପା ସେଟ୍ଟୀ, କାହିଁକି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ଚଳିତ ଥର କରବାଚୋୖଥରେ ରବୀନା ଟଣ୍ଡନ ଓ ନିଲାମ କୋଠରୀଙ୍କ ପରି ବଡ ବଡ କଳାକାର ସବୁଥର ପରି ଏଥର ବି ଅନିଲ କପୁରଙ୍କ ବଙ୍ଗଳାରେ ଏକାଠି ହୋଇଥିଲେ । ଏମାନଙ୍କ ସହ ୟୋଗା କୁଇନ ଶିଳ୍ପା ସେଟ୍ଟୀ ବି ନିଜ କରବା ଚୋୖଥ ପୂଜା ପାଇଁ ଅନିଲଙ୍କ ବାସଭବନକୁ ଯାଇଥିଲେ । ଏନେଇ ତାଙ୍କର ଏକ ଭିଡିଓ ବି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶିଳ୍ପା ଏକ ଲକ୍ଜାରୀଅସ କାରରୁ ଓଲ୍ହାଉଥିବାର ନଜର ଆସୁଛନ୍ତି । ଏଥିରେ ଏକ ଲାଲ ରଙ୍ଗର ସିଲ୍କ ଶାଢ଼ୀ ପିନ୍ଧିଥିବାର ନଜର ଆସିଛନ୍ତି ଶିଳ୍ପା । ଏସମୟରେ ତାଙ୍କର କିଛି ଫଟୋ ଉଠାଇବା ପାଇଁ ଫଟୋ ଗ୍ରାଫରସ ମାନେ ତାଙ୍କ ନିକଟରେ ପହଂଚନ୍ତେ, ସେ ଚିଲେଇ ଚିଲେଇ କହୁଥିଲେକି ରୁହ ପାଖକୁ ଆସନାହିଁ ।

 

କିନ୍ତୁ ଏହି ଭିଡିଓରେ ଶିଳ୍ପାଙ୍କ ଲୁକ ଖୁବ ଆକର୍ଷଣୀୟ ଥିଲା । ନାରଙ୍ଗୀ ମିଶା ଲାଲ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଦେଖାଯାଉଥିଲେ ଶିଳ୍ପା । କାରରୁ ଓଲ୍ହାଇବା ମାତ୍ରେ ନିଜ ଶାଢ଼ୀ ସହ ଥାଳିକୁ ସମ୍ଭାଳୁଛନ୍ତି ଶିଳ୍ପା । ଆଉ ସେଇଥିପାଇଁ ଫଟୋ ଗ୍ରାଫରଙ୍କୁ ପାଖକୁ ଆସିବାକୁ ଅଟକାଉଛନ୍ତି । ଏହା ପରେ ଅନିଲ କାପୁରଙ୍କ ବଙ୍ଗଳାକୁ ଏଣ୍ଟ୍ରି କରୁଛନ୍ତି । ଆଉ ଗେଟ ସାମ୍ନାରେ ଛିଡା ହୋଇ ଫଟୋ ସୁଟ କରାଉଛନ୍ତି । ଏହା ପରେ ନିଜ ପୂଜା ଥାଳି ନେଇ ଭିତରକୁ ପଶି ଯାଉଛନ୍ତି । ଶିଳ୍ପାଙ୍କ ବ୍ୟତୀତ ବଲିଉଡର ଅନ୍ୟ କଳାକାର ମାନେ ବି ଏକା ସାଥିରେ ପୂଜା କରିବା ପାଇଁ ଅନିଲଙ୍କ ବଙ୍ଗଳାରେ ଏକାଠି ହୋଇଛନ୍ତି । ଏମଧ୍ୟରୁ କିଛି ଜଣ ଶାଢ଼ୀ ପିନ୍ଧିଥିବା ବେଳେ କିଛି ଜଣ ସୁଟ ପିନ୍ଧିଥିବାର ଦେଖାଯାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.