Below header

ଭଦ୍ରକକୁ ବ୍ୟାପିଲାଣି ଗଞ୍ଜେଇ ଚୋରା ଚାଲାଣ, ୨କିଲୋ ୫ଶହ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇ ଗିରଫ

ଚାନ୍ଦବାଲି(କେନ୍ୟୁଜ୍): ଗଞ୍ଜେଇ ଚୋରା ଚାଲାଣ ବେଳେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସ ୨ଜଣ ଚୋରା ଗଞ୍ଜେଇ ବେପାରିକୁ ଧରିବା ସହ ୨କିଲୋ ୫ଶହ ଗ୍ରାମ ଗଞ୍ଜେଇ ଜବତ । ତାହାସହ ଗଞ୍ଜେଇ ବେପାରରେ ବ୍ୟବହୃତ ହୋଇଥିବା ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଏତେ ପରିମାଣର ଗଞ୍ଜେଇ ନେଇ ଯାଜପୁର ଜିଲ୍ଲାର ୨ଜଣ ଚୋରା ବେପାରି ଏକ ମୋଟର ସାଇକେଲ ଯୋଗେ ଆରଡି ଆସୁଥିଲେ ।

ପୂର୍ବରୁ ଖବର ପାଇ ଆରଡି ଫାଣ୍ଡି ଅଧିକାରି ଆରଡି-ଭଦ୍ରକ ମୁଖ୍ୟ ରାସ୍ତାର ହନୁମାନ ଛକ ନିକଟରେ ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ୨ଜଣକୁ ଗିରଫ କରିଛନ୍ତି । ତେବେ ୨ଜଣ ଗଞ୍ଜେଇ ବେପାରି ହେଲେ ମନୋରଂଜନ ସାହୁ ଯାଜପୁର ଜିଲ୍ଲା ପାରିପଦା ଗାଁର ହୋଇଥିବା ବେଳେ ଅନ୍ୟଜଣ ସେହି ଯାଜପୁର ଜିଲ୍ଲାର ବରୁଣ ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.