Below header

ମୋଦିଙ୍କ ଗଡ଼ରେ କଂଗ୍ରେସର ବଡ଼ ବୈଠକ, ଆରଏସଏସ ବିଚାରଧାରା ଓ ବିଜେପିକୁ ମାତ୍‌ ଦେବାକୁ ରଣକୌଶଳ; ପ୍ରିୟଙ୍କା ତାଙ୍କ ପ୍ରଥମ ଭାଷଣରେ ଥରେ ହେଲେ ବି ଧରି ନଥିଲେ ମୋଦିଙ୍କ ନାଁ

ଗୁଜରାଟ : ମୋଦି ଗଡ଼ରେ କଂଗ୍ରେସର ବଡ଼ ବୈଠକ। ଗୁଜରାଟ ଗାନ୍ଧିନଗରରେ ଦଳର ଓ୍ଵାର୍କିଂ କମିଟି ବୈଠକରେ ପ୍ରସ୍ତୁତ ହୋଇଥିଲା ନିର୍ବାଚନ ରଣନୀତି। ଉପସ୍ଥିତ ଥିଲେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧୀ। ବୈଠକ ପରେ ଅନୁଷ୍ଠିତ ହୋଇଥିଲା ସାଧାରଣ ସଭା । ମହାସଚିବ ଦାୟିତ୍ୱ ମିଳିବା ପରେ, ପ୍ରଥମ ଥର ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଟାର୍ଗେଟ୍‌ରେ ଥିଲେ ପ୍ରଧାନମନ୍ତ୍ରୀ।

ପ୍ରିୟଙ୍କା ତାଙ୍କ ପ୍ରଥମ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ ମଧ୍ୟ ତାଙ୍କ ନାଁ ଥରେ ହେଲେ ବି ଧରି ନଥିଲେ । ସେ କହିଥିଲେ ଭୋଟ୍‌ ହେଉଛି ତୁମର ଅସ୍ତ୍ର । ଏହାକୁ ଠିକ୍‌ ଭାବରେ ବ୍ୟବହାର କର । ଉଚିତ ନିଷ୍ପତ୍ତି ନେଇ ସଠିକ୍‌ ପ୍ରଶ୍ନ କର । ଗୋଟିଏ ଗୋଟିଏ ନିର୍ବାଚନ ସ୍ୱାଧୀନତା ଆନ୍ଦୋଳନରୁ କମ୍‌ ନୁହେଁ ବୋଲି ପ୍ରିୟଙ୍କା କହିଥିଲେ ।

ଗୁଜରାଟ ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ଆଜି କଂଗ୍ରେସରେ ଯୋଗ ଦେଇଥିଲେ। ରାହୁଲଙ୍କ ସଭାରେ ଉପସ୍ଥିତ ଥିଲେ। ବହୁ ବର୍ଷ ପରେ ଗୁଜରାଟରେ କଂଗ୍ରେସ କାର‌୍ୟ୍ୟକାରୀ ବୈଠକ ବସିଥିଲା। ରାହୁଲ କହିଥିଲେ, ବର୍ତ୍ତମାନ ଦୁଇଟି ବିଚାରଧାରର ଲଢେଇ ଚାଲିଛି। ସେ ଦୁଇଟି ଯାକ ବିଚାରଧାରା ଗୁଜରାଟରେ ରହିଛି। ଆରଏଏସ୍‌ ବିଚାରଧାରାକୁ ହରାଇବାକୁ ଚାହୁଁଛି କଂଗ୍ରେସ।

ସେପଟେ ଦାଣ୍ଡିମାର୍ଚର ବର୍ଷପୂର୍ତ୍ତି ଅବସରେ କଂଗ୍ରେସକୁ ମୋଦିଙ୍କ ଆକ୍ଷେପ । ମହାତ୍ମା ଗାନ୍ଧି ଜାଣିଥିଲେ କଂଗ୍ରେସ ପରମ୍ପରା କଣ, ତେଣୁ ସେ ଚାହୁଁଥିଲେ କଂଗ୍ରେସକୁ ଭାଙ୍ଗି ଦିଆଯାଉ । ପରିବାରବାଦ କଥା ଉଠାଇ, କଂଗ୍ରେସକୁ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.