Below header

ରାହୁଲ ଇସ୍ତଫା ଦେଇ ସାହସିକତା ଦେଖାଇଛନ୍ତି : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ(କେନ୍ୟୁଜ୍) : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଆଜି ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଟ୍ଵିଟ୍‌ କରି ପ୍ରିୟଙ୍କା କହିଛନ୍ତି, ରାହୁଲ ଇସ୍ତଫା ଦେଇ ସାହସିକତା ଦେଖାଇଛନ୍ତି । ଏପରି କରିବାର କ୍ଷମତା କିଛି ଲୋକଙ୍କ ପାଖରେ ରହିଥାଏ । ହୃଦୟର ସହ ତାଙ୍କ ନିଷ୍ପତିକୁ ସମର୍ଥନ କରୁଥିବା କହିଛନ୍ତି ପ୍ରିୟଙ୍କା ଗାନ୍ଧି । ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ, ଗତକାଲି ବିଧିବଦ୍ଧ ଭାବେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଥିଲେ ରାହୁଲ ଗାନ୍ଧି । ମେ’ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ ରାହୁଲ । ସେ ଇସ୍ତଫା ନଦିଅନ୍ତୁ ବୋଲି ଦଳ ପକ୍ଷରୁ ବାରମ୍ବାର ମନାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ଗତକାଲି ସେ ବିଧିବଦ୍ଧ ଭାବେ ସୋସିଆଲ୍‌ ମିଡିଆରେ ଇସ୍ତଫାପତ୍ର ପୋଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.