Below header

ଜଟିଳ ହେଉଛି ଶ୍ରୀଲଙ୍କା ସ୍ଥିତି, ରାସ୍ତାଘାଟ ସବୁଠି ସରକାର ବିରୋଧୀ ସ୍ୱର

ଅଶାନ୍ତ ଶ୍ରୀଲଙ୍କା। ରାସ୍ତାଘାଟ ସବୁଠି ସରକାର ବିରୋଧୀ ସ୍ୱର। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ଦେଶରୁ ପଳାଇବା ପରେ ଉଗ୍ର ହୋଇଛି ବିକ୍ଷୋଭ। ରାତି ଅଧରେ ଦେଶରୁ ଖସି ପଳାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ। ପତ୍ନୀ ଓ ୨ ସୁରକ୍ଷା କର୍ମୀଙ୍କ ସହ ଶ୍ରୀଲଙ୍କା ଏୟାର ଫୋର୍ସର ବିମାନରେ ଚାଲିଯାଇଥିବା କଲମ୍ବୋ ବିମାନବନ୍ଦରର ଇମିଗ୍ରେସନର ଅଧିକାରୀ କହିଛନ୍ତି।

ମାଳଦ୍ୱୀପର ଏକ ରିସୋର୍ଟରେ ଥିବା ଜଣାପଡ଼ିଛି। ମାଳଦ୍ୱୀପରୁ ସିଙ୍ଗାପୁର ପଳାଇ ଯିବା ନେଇ ଚର୍ଚ୍ଚା । ଗୋଟାବାୟା ଦେଶ ଛାଡ଼ିବା ଖବର ପରେ ଉଗ୍ର ହୋଇଥିଲେ ସାଧାରଣ ନାଗରିକ। ଗୋ ହୋମ୍‌ ଗୋଟା ନାରା ଦେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ବାସଭବନ ଆଡ଼କୁ ମୁହାଁଇଥିଲେ ହଜାର ହଜାର ବିକ୍ଷୋଭକାରୀ। ସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ରନିଲ ବିକ୍ରମାସିଙ୍ଘେ। ରାଜଧାନୀ କଲମ୍ବୋ ସହ ଶ୍ରୀଲଙ୍କାର ପଶ୍ଚିମ ଭାଗରେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ କର୍ଫ୍ୟୁ ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ହଜାର ହଜାର ବିକ୍ଷୋଭକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.