ଆସନ୍ତା ୧୫ ତାରିଖରୁ ସରକାରୀ ହସ୍ପିଟାଲରେ ମାଗଣାରେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍‌, ଏପଟେ ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଦୈନିକ ସଂକ୍ରମଣ ୭ଶହ ପାର କରିଛି । ରାଜ୍ୟରେ ପଜିଟିଭ୍‌ ହାର ରହିଛି ୪.୦୩ ପ୍ରତିଶତ । ପଜିଟିଭିଟି ରେଡ୍‌ ଜୋନରେ ଅଛି ୪ ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ ଓ ବୌଦ୍ଧ ଜିଲ୍ଲା । ସଂକ୍ରମଣ ବଢୁଥିବାରୁ ସତର୍କ ରହିବା ସହ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଆହ୍ଵାନ ଦେଇଛନ୍ତି। ସଂକ୍ରମଣ ବଢୁଥିବାରୁ ଆସନ୍ତା ୧୫ ତାରିଖରୁ ମାଗଣାରେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍‌ । କେବଳ ସରକାରୀ ହସ୍ପିଟାଲରେ ମାଗଣାରେ ପ୍ରିକସନ୍‌ ଡୋଜ୍‌ ନେଇପାରିବେ ।

୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୭୫ ଦିନ ଯାଏ ଏହି ଅଭିଯାନ ଚାଲିବ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮ଲକ୍ଷ ୪୦ହଜାର ୩୪୯ଜଣ ପ୍ରକସନ୍‌ ଡୋଜ୍‌ ନେଇଛନ୍ତି। ସେପଟେ ସମ୍ବଲପୁରରେ ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଜାରି କରିଛି କୋଭିଡ ଗାଇଡ୍‌ଲାଇନ । ମାସ୍କ ନପିନ୍ଧିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ ଗାଇଡ୍‌ଲାଇନ ପାଳନ କରିବାକୁ ବାଧ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.