Below header

ମାଲେସିଆରୁ ଅମ୍ରିତସର ଆସୁଥିବା ବିମାନରେ ଯାତ୍ରୀଙ୍କ ମୃତ୍ୟୁ, ଯାତ୍ରୀ ଜଣକ ହେଲେ ପଞ୍ଜାବର

ଅମ୍ରିତସର: ମାଲେସିଆରୁ ଅମ୍ରିତସର ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଯାତ୍ରୀ ଜଣକ ହେଲେ ପଞ୍ଜାବ ଗୁରୁଦାସପୁରର ହୁକୁମ ସିଂହ(୪୪) ।

ସେ ମାଲେସିଆରୁ ନିଜ ଘର ଗୁରୁଦାସପୁରକୁ ଫେରୁଥିଲେ । ତେବେ ବିମାନଟି ଅମୃତସରରେ ପହଞ୍ଚିବା ପରେ ତାଙ୍କୁ ମୃତ ଦେଖିବାକୁ ମିଳିଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।

ଶ୍ରୀ ସିଂହଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ସେ ସମ୍ଭବତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା । ଯଉଁଥିପାଇଁ ବିମାନ ପହଞ୍ଚିବା ପୂର୍ବରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ ।
ମୃତ୍ୟୁର ସଠିକ କାରଣ ଜଣା ପଡ଼ିନଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କୁହାଯାଇପାରିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.