Below header

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡ କୋହଳ, ଦଣ୍ଡାଦେଶ କୋହଳ କଲେ କାତାର କୋର୍ଟ

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡା କୋହଳ। ମୃତ୍ୟୁଦଣ୍ଡାଦେଶ କୋହଳ କଲେ କାତାର କୋର୍ଟ। ଆଜୀବନ କାରାଦଣ୍ଡାଦେଶକୁ ବଦଳିଲା ମୃତ୍ୟୁଦଣ୍ଡାଦେଶ । ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଅକ୍ଟୋବର ୨୭ରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ କାତାର କୋର୍ଟ।

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡ କୋହଳ। ମୃତ୍ୟୁଦଣ୍ଡାଦେଶ କୋହଳ କଲେ କାତାର କୋର୍ଟ। ଆଜୀବନ କାରାଦଣ୍ଡାଦେଶକୁ ବଦଳିଲା ମୃତ୍ୟୁଦଣ୍ଡାଦେଶ । ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଅକ୍ଟୋବର ୨୭ରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ କାତାର କୋର୍ଟ। ମୃତ୍ୟୁଦଣ୍ଡାଦେଶ ଉପରେ ଭାରତ ଆବେଦନ କରିଥିଲା। ଏବେ ଜେଲରେ ଅଛନ୍ତି ୮ ଅଧିକାରୀ। ଏମାନେ କାତାର ସ୍ଥିତ ଡାହ୍ରା ଗ୍ଲୋବାଲ ଟେକ୍ନୋଲୋଜି ଆଣ୍ଡ କନସଲଟାନସୀ ସର୍ଭିସେସରେ କାମ କରୁଥିଲେ।

ଏହି ସଂସ୍ଥା କାତାର ସେନାକୁ ପ୍ରଶିକ୍ଷଣ ଦେଇଥାଏ। ଏହି ସଂସ୍ଥାରେ କାମ କରିବା ବେଳେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଏମାନଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗରେ୨୦୨୨ ଅଗଷ୍ଟ ମାସରେ ଏମାନଙ୍କୁ ଗିରଫ କରାଯାଇଥିଲା। ଭାରତର ଏହି ପୂର୍ବତନ ନୌସେନା ଅଧିକାରୀମାନେ ହେଲେ ଅବସରପ୍ରାପ୍ତ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ନଭତେଜ ସିଂ ଗିଲ, କମାଣ୍ଡର ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁଣାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ, କ୍ୟାପେଟନ ସୌରଭ ବଶିଷ୍ଠ ଓ ରାଜେଶ ଗୋପକୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.