ପୂର୍ବ ଶତ୍ରୁତାରୁ ବାପ-ପୁଅଙ୍କ ଉପରେ ଏସିଡ ମାଡ, ଅଭିଯୁକ୍ତ ଗିରଫ

ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତି ବାପ-ପୁଅଙ୍କ ଉପରେ ଏସିଡ ପକାଇ ଥିବା ଅଭିଯୋଗ ହୋଇଛି। ଫଳରେ ଉଭୟ ଗୁରୁତର ହୋଇଛନ୍ତି ।

କନ୍ଧମାଳ(କେନ୍ୟୁଜ) : ବାପପୁଅଙ୍କୁ ଏସିଡ୍ ମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାସୀ ଦୋକାନ ଛକରେ ଏସିଡ୍ ମାଡ଼ ହୋଇଛି । ଏଥିରେ ବାପା, ପୁଅ ଗୁରୁତର ହୋଇଛନ୍ତି। ନିକଟରେ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପପୁଅଙ୍କୁ ଏସିଡ୍ ମାଡ଼ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଚନ୍ଦ୍ର ମହାନ୍ତି ଓ ପୁଅ ସୁରଜ ମହାନ୍ତି ଛକରେ ଠିଆ ହୋଇ କଥା ହେଉଥିଲେ।

ଏହି ସମୟରେ ପ୍ରମୋଦ ସାହୁ ନାମକ ଜଣେ ବ୍ୟକ୍ତି ଏକ ଢାଳରେ ଏସିଡ ଆଣି ବାପ, ପୁଅଙ୍କ ଉପରକୁ ଫିଙ୍ଗିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକ । ଉଭୟଙ୍କ ମହଁ, ପିଠି ଓ ଛାତିରେ ଏସିଡ୍ ପଡିଛି। ଫୁଲବାଣୀ ଟାଉନ ଥାନା ପୋଲିସ ପହଂଚି ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାରୁ ଏଭଳି ହୋଇଥିବା କହିଛନ୍ତି ଫୁଲବାଣୀ ଏସଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.