ଦୀର୍ଘ ୪୯ ବର୍ଷ ଧରି ଚାଲିଛି ମା’ ମହାଲକ୍ଷ୍ମୀଙ୍କ ପୂଜା, ପାଟଣାଗଡ଼ରେ ଜମୁଛି ହଜାର ହଜାର ଭକ୍ତଙ୍କ ସମାଗମ

ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ପବିତ୍ର ମାର୍ଗଶିର ମାସରେ ଘରେ ଘରେ ପ୍ରତି ଗୁରୁବାରରେ ମା' ମହାଲକ୍ଷ୍ମୀଙ୍କ ପୂଜା କରାଯାଉଥିବା ବେଳେ କିଛି ଯାଗାରେ ଖୁବ ଧୂମଧାମରେ ପାଳନ କରାଯାଇଥାଏ ମହାଲକ୍ଷ୍ମୀ ପୂଜା । ସେହିପରି ପାଟଣାଗଡ଼ ମେହେରପଡାରେ ଦୀର୍ଘ ୪୯ ବର୍ଷରୁ ପାଳନ ହୋଇ ଆସୁଛି ମା' ମହାଲକ୍ଷ୍ମୀ ପୂଜା । ପାଟଣାଗଡ଼ ମେହେରପଡାରେ ପ୍ରତିବର୍ଷ ମାର୍ଗଶିରମାସ ଶେଷ ଗୁରୁବାରରେ ପାଳନ କରାଯାଇଥାଏ ମା'ଙ୍କ ପୂଜା ।

ମା’ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ପବିତ୍ର ମାର୍ଗଶିର ମାସରେ ଘରେ ଘରେ ପ୍ରତି ଗୁରୁବାରରେ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଉଥିବା ବେଳେ କିଛି ଯାଗାରେ ଖୁବ ଧୂମଧାମରେ ପାଳନ କରାଯାଇଥାଏ ମହାଲକ୍ଷ୍ମୀ ପୂଜା । ସେହିପରି ପାଟଣାଗଡ଼ ମେହେରପଡାରେ ଦୀର୍ଘ ୪୯ ବର୍ଷରୁ ପାଳନ ହୋଇ ଆସୁଛି ମା’ ମହାଲକ୍ଷ୍ମୀ ପୂଜା । ପାଟଣାଗଡ଼ ମେହେରପଡାରେ ପ୍ରତିବର୍ଷ ମାର୍ଗଶିରମାସ ଶେଷ ଗୁରୁବାରରେ ପାଳନ କରାଯାଇଥାଏ ମା’ଙ୍କ ପୂଜା । ମହାଲକ୍ଷ୍ମୀ ପୂଜା ପାଇଁ ଖାଲି ମେହେରପଡା ନୁହେଁ ଦୀର୍ଘ ୨ମାସ ପୂର୍ବରୁ ଚଳଚଞ୍ଚଳ ହୋଇ ଉଠିଥାଏ ସାରା ପାଟଣାଗଡ଼ ।

ଦୀର୍ଘ ୪୯ ବର୍ଷ ପୂର୍ବରୁ ଅତି ଛୋଟ ଆକାରରେ ଆରମ୍ଭ କରାଯାଇଥିବା ମା’ ମହାଲକ୍ଷ୍ମୀ ପୂଜା ଏବେ ଖୁବ ଆଡମ୍ବରର ସହ ପାଳନ କରାଯାଉଛି । ପ୍ରତିବର୍ଷ ୭ଦିନ ଧରି ଏହି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଅଧିବାସ ଦିନଠାରୁ ଭସାଣି ପର୍ଯ୍ୟନ୍ତ ହେଉଥିବା କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିବା ସହ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ମହାଲକ୍ଷ୍ମୀ ପୂଜା ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଖୁବ ଭିଡ ହେଉଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥାଏ । ମହାଲକ୍ଷ୍ମୀ ପୂଜାପାଇଁ ଅଧିବାସ ଦିନ ହଜାର ହଜାର ମହିଳାଙ୍କ କଳସ ଯାତ୍ରା, ଲକ୍ଷ୍ମୀ ବିବାହ, ଆନନ୍ଦବଜାର ଓ ଭସାଣି ବଡ ଧୂମଧାମରେ ପାଳନ କରାଯାଇଥାଏ । ମେହେରପଡାର ଯୁବଗୋଷ୍ଠୀ ପୂଜା ସୁରୁଖୁରୁରେ କିପରି ହେବ ସେଥିପାଇଁ ଯତ୍ନବାନ ହୋଇଥାନ୍ତି ।

ମହିଳା ମାନେ ମହାଲକ୍ଷ୍ମୀ ପୂଜା ପାଇଁ କରାଯାଉଥିବା ମିଠା ଓ ପିଠା ମିଳିତ ଭାବରେ ତିଆରି କରିଥାନ୍ତି । ମହାଲକ୍ଷ୍ମୀ ପୂଜା ପାଇଁ ୭ଦିନ ପାଟଣାଗଡ଼ ଚଳଚଞ୍ଚଳ ରହୁଥିବା ବେଳେ ମିନବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ ପାଇଁ କରାଯାଇଥାଏ । ଦୀର୍ଘ ୪୯ ବର୍ଷଧରି ମହାଲକ୍ଷ୍ମୀ ପୂଜା ଚାଲିଛି । ଆଲୋକ ସଜ୍ଜା, ତୋରଣ, ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହିତ ମା’ ମହାଲକ୍ଷ୍ମୀଙ୍କ ଆଶିଷ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଏବଂ ଆସନ୍ତାବର୍ଷ ମହାଲକ୍ଷ୍ମୀ ପୂଜାକୁ ଅପେକ୍ଷା କରିଥାନ୍ତି ଅଞ୍ଚଳର ଜନସାଧାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.