ହରିଦ୍ୱାରରେ କୋର୍ଟ ଭିତରକୁ ପଶିଲା ଜଙ୍ଗଲି ହାତୀ; ଭାଙ୍ଗିଲା ଗେଟ୍‌ ଓ କାନ୍ଥ…ଲୋକେ ଆତଙ୍କିତ

ଉତ୍ତରାଖଣ୍ଡର ହରିଦ୍ୱାର କୋର୍ଟରେ ହାତୀ ଆତଙ୍କ। ବୁଧବାର ଏଠାରେ ଏକ ଜଙ୍ଗଲି ହାତୀ କୋର୍ଟ ଗେଟ୍‌ ଭାଙ୍ଗି ପରିସର ଭିତରକୁ ପଶି ଆସିଥିଲା। ନିକଟସ୍ଥ ରାଜାଜୀ ଟାଇଗର ରିଜର୍ଭରୁ ହାତୀଟି ଚାଲି ଆସିଥିଲା।

ଉତ୍ତରାଖଣ୍ଡର ହରିଦ୍ୱାର କୋର୍ଟରେ ହାତୀ ଆତଙ୍କ। ବୁଧବାର ଏଠାରେ ଏକ ଜଙ୍ଗଲି ହାତୀ କୋର୍ଟ ଗେଟ୍‌ ଭାଙ୍ଗି ପରିସର ଭିତରକୁ ପଶି ଆସିଥିଲା। ନିକଟସ୍ଥ ରାଜାଜୀ ଟାଇଗର ରିଜର୍ଭରୁ ହାତୀଟି ଚାଲି ଆସିଥିଲା। ଏସ୍‌ଏସ୍‌ପି ଅଫିସ୍‌ଠାରୁ ପ୍ରାୟ ୧୫୦ ମିଟର ଦୂର ଡିଏମ୍‌ କାର୍ଯ୍ୟାଳୟ ଏବଂ କୋର୍ଟ ପରିସରରେ ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା। ହାତୀ କୋର୍ଟର ଗେଟ୍‌ ଏବଂ କାନ୍ଥ ଭାଙ୍ଗି ଦେଇଛି।

ଯେତେବେଳେ ହାତୀ କୋର୍ଟ ଭିତରେ ପଶିଥିଲା, ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଏହି ଘଟଣା ସମ୍ପର୍କରେ ତୁରନ୍ତ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ଏହାପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଫାୟାରିଂ କରି ହାତୀକୁ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ପୋଲିସ ସେଠାରେ ଲୋକଙ୍କୁ ସତର୍କ କରିଥିଲା।

ଏହି ଘଟଣା ବୁଧବାର ଅପରାହ୍ନ ପ୍ରାୟ ୫ଟାର ବୋଲି କୁହାଯାଉଛି। କୋର୍ଟ ପରିସରରେ ଲୋକେ ନିଜର ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ହଠାତ୍‌ ଏକ ହାତୀ ପଶି ଆସିଥିଲା। ଦିବାଲୋକରେ କୋର୍ଟ ପରିସରରେ ହାତୀ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସେହି ସମୟରେ ସେଠାରେ ବହୁ ସଂଖ୍ୟାରେ ଯାନବାହନ ମଧ୍ୟ ଥିଲା। ଯଦିଓ ଜଙ୍ଗଲି ହାତୀଟି କାହାର କିଛି କ୍ଷତି କରି ନ ଥିଲା। ହେଲେ ସେ କୋର୍ଟର ଗେଟ୍‌ ଏବଂ କାନ୍ଥ ଭାଙ୍ଗିଦେଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.