‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କଲେ ରାହୁଲ

ନୂଆଦିଲ୍ଲୀ: ଆମେରିକାରେ ଆୟୋଜିତ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତିକୁ ରାହୁଲ୍ ହାଓଡି କାର୍ଯ୍ୟକ୍ରମ ସହ ଯୋଡ଼ିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଜରିଆରେ ଦେଶର ଆର୍ଥିକ ସ୍ଥିତିକୁ ଲୁଚାଇ ହେବ ନାହିଁ। ଏହି କାର୍ଯ୍ୟକ୍ରମ ଦୁନିଆର ସବୁଠାରୁ ବ୍ୟୟବହୁଳ କାର୍ଯ୍ୟକ୍ରମ। ଏଥିପାଇଁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି।

ଆସନ୍ତା ୨୨ ତାରିଖରେ ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ମୋଦି ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମର ନାଁ ‘ହାଓଡି ମୋଦି’ ରଖାଯାଇଛି। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି।