ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ଥାଆନ୍ତି ଏହି ରାଶିର ବ୍ୟକ୍ତି, ମିଳାନ୍ତୁ ଆପଣଙ୍କ ରାଶି
ଏବେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ୍। ଆମେ ମାତ୍ର କିଛି ମୁହୂର୍ତ୍ତରେ ଫୋନ୍ ମାଧ୍ୟମରେ ଦୂରଦୂରାନ୍ତରେ ଥିବା ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଯୋଗାଯୋଗ କରିପାରୁଛେ। ସ୍ମାର୍ଟଫୋନ୍ରେ ଏବେ ମାତ୍ର କେବଳ ଗୋଟିଏ ଟଚ୍ରେ ସମସ୍ତ କାର୍ଯ୍ୟ ହୋଇପାରୁଛି। ଫୋନ୍ରେ ଥିବା ସୋସିଆଲ ମିଡିଆରେ ପ୍ରାୟ ଲୋକ ଅଧିକାଂଶ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏକରୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। ଯାହା ଦ୍ୱାରା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ କେବଳ କେତେକ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତି ସୋସିଆଲ ମିଡିଆ ପାଇଁ ଅଧିକ ପାଗଳ ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର କରିଥାନ୍ତି।
ଏହାସହ ପଢନ୍ତୁ: ରୋଷେଇ ଘରେ ଥିବା ଏହି ପରିବାରୁ ବନାନ୍ତୁ ସନ୍ସ୍କ୍ରିନ୍ ଲୋସନ୍
ମିଥୁନ:
ମିଥୁନ ରାଶିର ବ୍ୟକ୍ତି ଅଧିକ ସାମାଜିକ ହୋଇଥାନ୍ତି। ସାଧାରଣ ଜୀବନରେ ମଧ୍ୟ ସେମାନେ ଲୋକଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରିଥାନ୍ତି। ସୋସିଆଲ ମିଡିଆରେ ସେମାନେ ଅଧିକ ଆକ୍ଟିଭ ରହିଥାନ୍ତି। କିଛି ମିନିଟ୍ ଅନ୍ତରରେ ସେମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ୍ ନ କରି ରହିପାରନ୍ତି ନାହିଁ। ସେମାନେ ସମସ୍ତଙ୍କ ପୋଷ୍ଟରେ ମଧ୍ୟ ନିଜ ଭାବନାକୁ ପ୍ରକାଶ କରିବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ।
ବୃଷ:
ଏହି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଅଧିକ ଇଚ୍ଛୁକ ଥାନ୍ତି। କିନ୍ତୁ ନିଜ ବିଷୟରେ ଆଦୌ ପ୍ରକାଶ କରନ୍ତି ନାହିଁ। ଏଣୁ ଏମାନେ ସୋସିଆଲ ମିଡିଆରେ ଅଧିକ ସମୟ ଆକ୍ଟିଭ୍ ରହିଥାନ୍ତି। ବୃଷ ରାଶିର ବ୍ୟକ୍ତିଙ୍କ ଆକାଉଣ୍ଟରେ ଆପଣଙ୍କୁ ଅଧିକ ତଥ୍ୟ ମିଳିବ ନାହିଁ।
ସିଂହ:
ସିଂହ ରାଶିର ବ୍ୟକ୍ତି ସୋସିଆଲ ମିଡିଆରେ ମଧ୍ୟ ମୁଖ୍ୟ ଭାବେ ରହିବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ଅଧିକ ଫ୍ୟାନ୍ ଫଲୋୟର୍ସ ରହିଥାନ୍ତି। ଏମାନେ ନିଜ ପ୍ରୋଫାଇଲ୍ରେ ସବୁ ଛୋଟ ବଡ଼ ଖୁସି, ଦୁଃଖ, ବୁଲାବୁଲି, ସପିଂର ଫଟୋ ପୋଷ୍ଟ କରିଥାନ୍ତି।
ତୁଳା:
ବୃଷ ଭଳି ତୁଳା ରାଶିର ବ୍ୟକ୍ତ ମଧ୍ୟ ଅନ୍ୟର ଜୀବନ ବିଷୟରେ ଜାଣିବାକୁ ଅଧିକ ଇଚ୍ଛାପ୍ରକାଶ କରିଥାନ୍ତି। ଏମାନେ ଲୁଚି ଲୁଚି ଅନ୍ୟମାନଙ୍କ ଉପରେ ନଜର ରଖିଥାନ୍ତି।
ଧନୁ:
ଧନୁ ରାଶିର ବ୍ୟକ୍ତିମାନେ ମଧ୍ୟ ଅଧିକ ସମୟ ସୋସିଆଲ ମିଡିଆରେ ବିତାଇବାକୁ ପସନ୍ଦ କରିଥାନ୍ତି। ଏମାନେ ପ୍ରଥମରୁ ସୋସିଆଲ ମିଡ଼ିଆ ଅଳ୍ପ ବ୍ୟବହାର କରୁଥିବା ବେଳେ ଧୀରେ ଧୀରେ ଏହି ଅଭ୍ୟାସ ବଢ଼ିଥାଏ।