ଚୀନ ନଦୀରେ ଭାସିଲା ପୌରାଣିକ ରାକ୍ଷସ, ବୌଜ୍ଞାନିକ କଲେ ଏହାର ଖୁଲାସା
ଏଦୂନିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଚାଲିଛି। ବେଳେ ବେଳେ ଏଭଳି ବି ଘଟଣା ଘଟି ଥାଏ ଯାହା ବିଶ୍ୱାସକୁ ନେବା ସହଜ ହୋଇନଥାଏ । କିନ୍ତୁ ତାହାର ସତ୍ୟତ ଜାଣିଲା ପରେ ତାଜୁବ ହେବାକୁ ପଡେ। ଏମିତି କିଛି ଘଟଣା ଘଟିଛି ଚିନରେ । ଯାହା ଚୀନବାସୀଙ୍କୁ ଆତଙ୍କିତ କରିଦେଇଥିଲା। ଚୀନରେ ଅବସ୍ଥିତ ଏସିଆର ସବୁଠାରୁ ଦୀର୍ଘ ନଦୀ ୟାଙ୍ଗଜୀ ନଦୀରେ ଲୋକମାନେ ଏକ ରହସ୍ଯମୟୀ କଳା ରଙ୍ଗର ଜୀବ ପହଁରୁଥିବା ଦେଖିବାକୁ ପାଇଲେ ।ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବାସକରୁଥିବା ଲୋକମାନେ। ଏହାର ଭିଡିଓକୁ ଉତ୍ତଳନ କରି କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ଭିଡିଓ ଦେଖି ସମସ୍ତେ ଭାବିଲେ ଏହା ଏକ ପାଣି ରାକ୍ଷସ ଓ କେହି କେହି ବି ଏହାକୁ ପୌରାଣିକ ରାକ୍ଷସ ବୋଲି ଭାବିନେଲେ। ଘଟଣାଟି ବିଦ୍ୟୁତ ବେଗରେ ଚାରିଆଡେ ବ୍ୟାପିଗଲା। ପରେ ଯେତେବେଳେ ଘଟଣାଟିର ସତ୍ୟତା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ତାଜୁବ କରିଦେଲା ।
Water #MONSTERS in the Three Gorges? Netizens speculated that the giant mysterious creature might be a fish or a big snake. Experts believe it is unlike living animals, more like floating objects. https://t.co/CGGrfWzckI pic.twitter.com/RCdbaDAvv9
— The Paper 澎湃新闻 (@thepapercn) September 14, 2019
ଲୋକମାନଙ୍କ ଏହି ରାକ୍ଷସ ଉକ୍ତିକୁ ବୈଜ୍ଞାନିକମାନେ କିନ୍ତୁ ମାନିବାକୁ ନାରାଜ ଥିଲେ। କାରଣ ସେମାନେ ପ୍ରଥମରୁ ହିଁ ଜାଣିଥିଲେ ଏହା କୌଣସି ଆବର୍ଜନାରୁ କନ୍ମ ନେଇଥିବା ବସ୍ତୁ ହୋଇଥିବ ଯାହା ପାଣିରେ ଭାସମାନ ଅବସ୍ଥାରେ ଅଛି। କିମ୍ବା ଏହା ଏକ ବିରାଟକାୟ ସାପ ହୋଇଥିବ ବୋଲି ଭାବିନେଲେ। ଏହାକୁ ନେଇ ଚାଲିଲା ଖୋଳତାଡ।
ଶେଷରେ ଯେତେବେଳ ଏହାକୁ କୂଳକୁ ଅଣାଗଲା ସେତେବେଳେ ଏହା ଏକ କଳାରଙ୍ଗର ଏୟାର ବ୍ୟାଗ ବୋଲି ଜଣା ପଡିଲା। ଏହା ପ୍ରାୟ ୬୫ ଫୁଟ୍ ପର୍ଯ୍ଯନ୍ତ ଥିଲା ଏବଂ ଏହା ଏକ ଶିପୟାର୍ଡରୁ ଛଡା ଯାଇଥିଲା । ଏହି ଏୟାରବ୍ୟାଗ୍ ମିଳିବା ପରେ ରହସ୍ୟମୟୀ ଜୀବ ବା ରାକ୍ଷସ ବୋଲି କହୁଥିବା ଉକ୍ତିଟି ଭୁଲ୍ ହୋଇଗଲା ।