ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହି ସମୟରେ କିଛି ଲୋକ ମା’ଙ୍କ ପ୍ରତିମା କିମ୍ବା ଫଟୋ ଆଣି ଘରେ ପୂଜା କରିବେ। ଏଭଳି କ୍ଷେତ୍ରରେ ବାସ୍ତୁ ବିଜ୍ଞାନରେ ଦେବୀ ଦୁର୍ଗାଙ୍କ ଆଗମନ ପ୍ରସ୍ତୁତି ବିଷୟରେ ନିୟମ ଉଲ୍ଲେଖ ରହିଛି। ପ୍ରତ୍ୟେକ ଦେବଦେବୀଙ୍କର ଅଲଗା ଅଲଗା ଦିଗ ରହିଛି, ଯେଉଁଠି ସେମାନଙ୍କ ପୂଜା କରାଯିବା ଉଚିତ। ଆଜି ଆମେ ଆପଣଙ୍କୁ ଦେବୀ ଦୁର୍ଗାଙ୍କ ପ୍ରତିମା କେଉଁ ଦିଗରେ ରଖାଯିବା ଦରକାର, ତାହା କହିବାକୁ ଯାଉଛୁ।

-ପୌରାଣିକ ମାନ୍ୟତା ଅନୁସାରେ, ମୂର୍ତ୍ତିିକୁ ଦକ୍ଷିଣ ଦିଗରେ ରଖାଯିବା ଉଚିତ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପୂଜା କରିବା ସମୟରେ ଆମ ମୁହଁ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରହିବା ଦରକାର।

-ପୂର୍ବ ଦିଗକୁ ମୁହଁ କରି ପୂଜା କଲେ ଆମର ଚେତନା ଜାଗ୍ରତ ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ପୂଜା କଲେ ମାନସିକ ଶାନ୍ତି ମିଳିଥାଏ। ଆଉ ଆମେ ସିଧା ଭଗବାନଙ୍କ ସହ ଯୋଡ଼ି ହୋଇଯାଉ।

ଏହାସହ ପଢ଼ନ୍ତୁ: ଟାଇପ୍‌ ୨ ମଧୁମେହ ବ୍ୟକ୍ତି ଏମିତି ରଖିପାରିବେ ନବରାତ୍ରୀ ବ୍ରତ

-କୁହାଯାଏ କି, ବାସ୍ତୁ ଅନୁସାରେ କୋଠରୀର ରଙ୍ଗ ହାଲୁକା ହଳଦିଆ, ସବୁଜ କିମ୍ବା ଗୋଲାପି ରଙ୍ଗ ହେବା ଉଚିତ। କାରଣ, ଏହାଦ୍ୱାରା ପୂଜା ଘରେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ। ଏହାସହିତ ଆପଣ ଘରର ପୂର୍ବ-ଉତ୍ତର ଦିଗରେ ପ୍ଲାଷ୍ଟିକ୍‌ କିମ୍ବା କାଠରେ ପ୍ରସ୍ତୁତ ପିରାମିଡ୍‌ ରଖିପାରିବେ।

-ଯଦି ଏଭଳି କରାଯାଏ, ତା’ହେଲେ ପୂଜା କରିବା ସମୟରେ ଧ୍ୟାନ ହଟି ନ ଥାଏ। ପୂଜା ଆରମ୍ଭ କରିବା ପୂର୍ବରୁ ପିରାମିଡ୍‌ ତଳେ ଫାଙ୍କା ରହିଛି କି ନାହିଁ, ତାହା ଉପରେ ଧ୍ୟାନ ଦିଅନ୍ତୁ ଏବଂ ସ୍ୱସ୍ତିକ୍‌ ଚିହ୍ନ ବନାନ୍ତୁ। ବାସ୍ତୁଶାସ୍ତ୍ରର ପ୍ରାଚୀନ ଗ୍ରନ୍ଥରେ କୁହାଯାଇଛି ଯେ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ହଳଦୀ କିମ୍ବା ସିନ୍ଦୂରରେ ସ୍ୱସ୍ତିକ୍‌ ଚିହ୍ନ ବନାଇବା ଉଚିତ।