ଦୁର୍ଦ୍ଦଶାରେ କୁକୁଡ଼ାଖଣ୍ଡି ବ୍ଲକ ବାଲିଗଡ଼ାର ୪ ପରିବାର, ଭଙ୍ଗା ଚାଳ ଓ ଚିରା ପାଲ ତଳେ ବିତିଲାଣି ୨୦ ବର୍ଷ

ଗଞ୍ଜାମ: ଭଙ୍ଗା ଚାଳ ତଳେ ବିତିଲାଣି ୨୦ ବର୍ଷ । ଅତ୍ୟନ୍ତ ଦୁଖ କଷ୍ଟରେ ଜୀବନ ବିତାଉଛନ୍ତି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବାଲିଗଡ଼ା ଗାଁର ୪ଟି ପରିବାର । ଦିନ ବେଳେ କେମିତି କେମିତ ଚଳିଯାଏ, ରାତିରେ ପର ବାରଣ୍ଡା ଆଶ୍ରା । କିଏ ଭଙ୍ଗା ଚାଳ ଘରେ ତ ଆଉ କିଏ ଚିରା ପାଲ ତଳେ ପରିବାର ସହ ରହୁଛନ୍ତି । ଛୋଟ ଛୋଟ ପିଲାଙ୍କୁ ଧରି ଭୟଭୀତ ଅବସ୍ଥାରେ ଦିନ କାଟିବାକୁ ପଡୁଛି । ଘର ଖଣ୍ଡେ ପାଇଁ ପ୍ରଶାସନକୁ ଗୁହାରୀ କରି ଥକି ପଡିଲେଣି । ଘର ଯୋଗାଇବା ତ ଦୂରର କଥା, ଏମାନଙ୍କ ପରିସ୍ଥିତି ଦେଖିବାକୁ ବି କେହି ଆସୁନଥିବା ଅଭିଯୋଗ ହୋଇଛି।

ଏହାଛଡା ଏହି ୪ଟି ପରିବାର ଅଭିଯୋଗ ଶୁଣାଣି ବେଳେ ଜିଲ୍ଲା ପ୍ରଶାସନକୁ ମଧ୍ୟ ସେମାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ମାସେ ଭିତରେ ତଦନ୍ତକରି ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି କୁକୁଡ଼ାଖଣ୍ଡି ବିଡିଓ । ପ୍ରଶାସନ କେବେ ନିଜ ପ୍ରତିଶ୍ରୁତି ପୂରଣ କରୁଛି, ତା ଅପେକ୍ଷାରେ ଏସବୁ ନିରାଶ୍ରୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.