ପିତୃପକ୍ଷରେ ଲଗାନ୍ତୁ ଏହି ପବିତ୍ର ଗଛ, ଆପଣଙ୍କ ଜୀବନ ହୋଇଯିବ ଧନ୍ୟ

ହିନ୍ଦୁ ଧର୍ମରେ ପିତୃପକ୍ଷକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। କୁହାଯାଏ କି, କିଛି ବୃକ୍ଷରେ ପିତୃପୁରୁଷ ଏବଂ ଆତ୍ମା ବାସ କରନ୍ତି। ତେଣୁ ଯଦି ଆପଣ ପିତୃପକ୍ଷରେ ଏହି ପବିତ୍ର ଗଛ ଲଗାଇବେ, ତା’ହେଲେ ସେମାନେ ପୂଜା ପାଇପାରିବେ ଏବଂ ଆପଣଙ୍କୁ ପିତୃପୁରୁଷଙ୍କଠାରୁ ଆଶୀର୍ବାଦ ମିଳିପାରିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି, ପୈତୃକ ଜାଗାରେ ଆପଣ କେଉଁ ଗଛ ଲଗାଇ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିପାରିବେ।

-କୁହାଯାଏ କି, ଅଶ୍ୱତ୍‌ଥ ବୃକ୍ଷକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ପିତୃପକ୍ଷରେ ଏହାର ପୂଜା କରିବେ କିମ୍ବା ଏହାକୁ ଲଗାଇବେ, ତା’ହେଲେ ବହୁତ ଶୁଭ ହେବ। ନିୟମିତ ରୂପେ ଦୀପ ଜଳାଇଲେ ଏବଂ ଜଳ ଢାଳିଲେ ପିତୃପୁରୁଷ ପ୍ରସନ୍ନ ହୋଇଥାଆନ୍ତି।

ଏହାସହ ପଢ଼ନ୍ତୁ: ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

-‘ବରଗଛ’କୁ ଆୟୁଷ ବୃଦ୍ଧି ଏବଂ ମୋକ୍ଷ ପ୍ରଦାନ କରୁଥିବା ଗଛ ବୋଲି କୁହାଯାଏ। ଯଦି ବୟସ ସମସ୍ୟା ଥାଏ, ତା’ହେଲେ ଏହି ଗଛ ଲଗାଇବା ଉଚିତ। ଯଦି ଆପଣଙ୍କୁ ଲାଗୁଥାଏ କି ପିତୃପୁରୁଷଙ୍କୁ ମୁକ୍ତି ମିଳିନାହିଁ, ତା’ହେଲେ ଭଗବାନ ଶିବଙ୍କ ପୂଜା କରିବା ଏବଂ ବରଗଛ ତଳେ ବସିବା ଶୁଭ ହୋଇଥାଏ। ବିଶ୍ୱାସ କରାଯାଏ, ଏହି ସମୟରେ ବରଗଛ ପରିକ୍ରମା କରିବା ଉଚିତ।

-ବେଲ ଗଛ ଭଗବାନ ଶିବଙ୍କ ପ୍ରିୟ ଅଟେ। ଏହି ଗଛ ମୋକ୍ଷ ପ୍ରଦାନ କରିପାରେ। ଯଦି ପିତୃପକ୍ଷରେ ବେଲ ଗଛ ଲଗାଯାଏ, ତା’ହେଲେ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ସେହି ଅମାବାସ୍ୟାରେ ଶିବଙ୍କୁ ବେଲପତ୍ର ଏବଂ ଗଙ୍ଗାଜଳ ଅର୍ପଣ କରିବା ଦ୍ୱାରା ସମସ୍ତ ପିତୃଲୋକ ମୁକ୍ତି ପାଇଥାଆନ୍ତି।