Below header

ଛତିଶଗଡ଼ ଚାଷୀଙ୍କୁ ଋଣ ଛାଡ ଲୋଭ ଦେଖାଇଲେ ରାହୁଲ

ଅମ୍ବିକାପୁର (ଛତିଶଗଡ଼) : ଆସନ୍ତା୨୦ ତାରିଖରେ ଛତିଶଗଡ଼ରେ ଦ୍ୱିତୀୟ ପଯ୍ୟର୍ାୟ ନିର୍ବାଚନ । ୟା ଭିତରେ ଭୋଟରଙ୍କୁ ଆକର୍ଷିକତ କରିବା ଲାଗି ସବୁ ରାଜୈତିକ ଦଳ ପୂରା ଦମ୍‌ରେ ଲାଗି ପନିଛନ୍ତି । ବିଶେଷ କରି କ୍ଷମତାରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ଭିତରେ ଚାଲିଛି ଛକାପଂଝା । ତାରି ଭିତରେ ଏକ ବଡ଼ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏକ ରାଲିକୁ ସମ୍ବୋଧନ ବେଳେ ରାହୁଲ କହିଛନ୍ତି ଯଦି ତାଙ୍କ ସରକାର କ୍ଷମତା କୁ ଆସେ ତେବେ ୧୦ ଦିନ ଭିତରେ ରାଜ୍ୟର କୃଷକମାନଙ୍କ ଋଣକୁ ଛାଡ କରିବେ | ତା ସହିତ ବନ୍ଦ ହୋଇ ଯାଇଥିବା ବୋନସ୍‌ ପ୍ରଦାନକୁ ପୁଣି ଚାଲୁ କରାଯିବ । ପୁଣି ବେକାରଙ୍କୁ ଚାକିରୀ ଯୋଗାଇ ଦେବେ । ବିଜେପିକୁ ଟାର୍ଗେଟ କରି କହିଛନ୍ତି ଭାଜପା ଛତିଶଗଡ଼କୁ ଦୁଇ ଭାଗ କରିବାକୁ ଚାହୁଁଛି | ଧନୀ ପୁଞ୍ଜିପତି ଏବଂ ଶ୍ରମିକ ଓ କୃଷକ ଏହିଭଳି ଦୁଇ ଭାଗରେ ବିଭକ୍ତ କରି ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚାହୁଁଛି | ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଜଣେ ପୁଞ୍ଜିପତିଙ୍କ ସାଥୀ ଓ ଆଉ ଜଣେ ଭ୍ରଷ୍ଟାଚାର ଶାସକ |

VOTING
ଜନସାଧାରଣଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଛତିଶଗଡ଼ରେ ଥିବା ପ୍ରାକୃତିକ ସମ୍ପଦ ର ସୁବିନିଯୋଗ ହେବ । ଏହାର ଲାଭ ସାଧରଣ ଗରିବ ଜନତା ପାଇବେ । ତେବେ ଏହା ବଦଳରେ ରାଜ୍ୟକୁ ସୁଟ୍‌ ବୁଟ୍‌ ପିନ୍ଧା ଜନତା ଏବଂ ଗରିବ ନିଷ୍ପେସିତ ଜନତା ଭାବେ ଦୁଇ ଭାଗରେ ବଣ୍ଟା ଯାଇଛି| କିନ୍ତୁ ଛତିଶଗତ ବାସୀ ୨ଟା ଛତିଶଗଡ଼ ଚାହାନ୍ତି ନାହିଁ କେବଳ ଉଚିତ ନ୍ୟାୟ ଚାହାନ୍ତି ବୋଲି ରାହୁଲ କହିଛନ୍ତି ।
ରାହୁଲ ପ୍ରଶ୍ନ କରିଛନ୍ତି ଯେ ମୋଦି ସରକାର ଶିଳ୍ପପତିମାନଙ୍କ ପାଇଁ ପ୍ରାୟ ୩.୫ ଲକ୍ଷ କୋଟି ଋଣ କରିପାରୁଥିବା ବେଳେ କଣ ପାଇଁ କୃଷକମାନଙ୍କର ଗୋଟିଏ ଟଙ୍କା ବି ଋଣ ଛାଡ଼ କରୁନାହାନ୍ତି | ମୁଁ ଏନେଇ ପ୍ରଧାନ ମନ୍ତ୍ରୀଙ୍କୁ ପଚାରିଥିଲେ ମଧ୍ୟ ସେ କେବବି ଉତ୍ତର ରଖିନାହାନ୍ତି | ତେଣୁ ମୁଁ ଏହି ରାଲିରେ ଘୋଷଣା କରୁଛିକି ଯଦି କଂଗ୍ରେସ ଛତିଶଗଡ଼ରେ ସରକାର କରେ ତେବେ ତାର ପ୍ରଥମ କାମ ହେବ ରାଜ୍ୟର ସବୁ କୃଷକମାନଙ୍କ ଋଣ ଛାଡ କରିବା ।ଏହା ସହିତ ରାଫେଲ ଡିଲ ସମ୍ପର୍କରେ ଖୋଲା ମଞ୍ଚରେ ବିତର୍କ ପାଇଁ ମଧ୍ୟ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ ।
ଗତ ୧୨ ତାରିଖ ଦିନ ଛତିଶଗଡ଼ରେ ପ୍ରଥମ ପଯ୍ୟାର୍ୟରେ ୧୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇତିଲା । ଏଥିରେ ୭୦ ପ୍ରତିଶତ ମତଦାନ ହୋଇଛି । ୨୦ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୭୨ଟି ଆସନ ପାଇଁ ମତଦାନ ହେବ । ମୁଖ୍ରମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ତିନି ତିନିଥର ସରକାର ଗଢ଼ିବା ପରେ ଏଥର ଚତୁର୍ଥ ଥର କ୍ଷମତାକୁ ଆସିବା ଲାଗି ପ୍ରୟାସରେ ଅଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୦୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.