ଇଟାଲୀରେ ଗ୍ରାଣ୍ଡୱେଡିଂ ପରେ ମୁମ୍ବାଇ ଫେରିଲେ ରଣବୀର-ଦୀପିକା

ଇଟାଲିରେ ଗ୍ରାଣ୍ଡ ୱେଡିଂ ପରେ ମୁମ୍ବାଇ ଫେରିଲେ ଦୀପିକା-ରଣବୀର। ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ ଦୀପବୀର। ଦୁଇ ଜଣଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଫ୍ୟାନଙ୍କ ଭିଡ ଜମିଥିଲା। ଦୁଇ ଜଣ ହାତ ହଲାଇ ଫ୍ୟାନଙ୍କ ଶୁଭେଛା ଗ୍ରହଣ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ଟ୍ରାଡିସନାଲ୍ ଆଉଟଫିଟରେ ଦମଦାର ଦେଖାଯାଉଥିଲେ ଦୀପିକା-ରଣବୀର।

ranveerହାତରେ ମେହେନ୍ଦି ଓ ମୁଣ୍ଡରେ ସିନ୍ଦୁର ଲଗାଇ ବେଶ୍ ଆକ୍ରଷଣୀୟ ଦେଖାଯାଉଥିଲେ ଦୀପିକୀ। ସେପଟେ ଦୀପିକାଙ୍କ ଗୃହ ପ୍ରବେଶ ପାଇଁ ନବବଧୂ ପରି ସଜେଇ ହୋଇଛି ରଣବୀରଙ୍କ ଘର। ନଭେମ୍ବର ୧୪ରେ କୋଙ୍କଣୀ ଓ ୧୫ରେ ସିନ୍ଧି ରୀତିରେ ବିବାହ କରିଥିଲେ ଏହି ଲଭ୍ ବାର୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.