Below header

ମଇ ୧୨ରୁ ଆରମ୍ଭ ହେବ ରେଳ ଯାତ୍ରା : ସୋମବାର ଠାରୁ ପାସେଞ୍ଜର ଟ୍ରେନ୍‌ରେ ଯାତ୍ରୀ ପାଇପାରିବେ ଅନ୍‌ଲାଇନ୍‌ ବୁକିଙ୍ଗ୍‌ରେ ଟିକେଟ, ଅପରାହ୍ଣ ୪ଟାରୁ ଖୋଲିବ ଅନ୍‌ଲାଇନ୍‌ ବୁକିଙ୍ଗ୍‌

ନୂଆଦିଲ୍ଲୀ : ଦୀର୍ଘ ଦିନର ଲକ୍‌ଡାଉନ୍‌ ପରେ ଭାରତୀୟ ରେଳବାଇ ମଇ ୧୨ ତାରିଖରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯାତ୍ରୀମାନଙ୍କୁ ବିଭିନ୍ନ ଟ୍ରେନ୍‌ରେ ଟିକେଟ୍‌ ବୁକିଂ କରିବା ପାଇଁ ସୋମବାର ଠାରୁ ଅନ୍‌ଲାଇନ୍‌ ସେବା ଉପଲବ୍ଧ ହେବ ।

ଏହି ବୁକିଂ କେବଳ ଆଇଆର୍‌ଟିସି େଓ୍ଵବ୍‌ସାଇଟ୍‌ ମାଧ୍ୟମରେ କରାଯିବ । ସୋମବାର ଅପରାହ୍ଣ ୪ଟାରୁ େଓ୍ଵବ୍‌ସାଇଟ୍‌ରେ ଯାତ୍ରୀ ଟିକେଟ୍‌ ପାଇ ପାରିବେ ବୋଲି ନେସ୍‌ନାଲ୍‌ ଟ୍ରାନ୍ସପୋର୍ଟର ପକ୍ଷରୁ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଛି ।

କରୋନା ଭାଇରସ୍‌ କାରଣରୁ ମାର୍ଚ୍ଚ ୨୫ ତାରିଖରୁ ଦେଶରେ ଟ୍ରେନ୍‌ ଚଳାଚଳ ବାତିଲ ହୋଇଥିଲା । ଦେଶରେ ମୋଟ୍‌ ୧୫ ଯୋଡ଼ା ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ ।

ନୂଆଦଲ୍ଲୀ ଷ୍ଟେସନ୍‌ରୁ ଟ୍ରେନ ଛାଡ଼ି ଆସାମ, ବିହାର, ବେଙ୍ଗଲ୍‌, ଛତିଶଗଡ଼, ଗୁଜୁରାଟ, ଜାମ୍ମୁ, ଝାରଖଣ୍ଡ,କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା,ତାମିଲନାଡ଼ୁ ଓ ତ୍ରିପୁରା ଆଦି ରାଜ୍ୟର ସହର ଗୁଡ଼ିକ ଦେଇ ଯାତ୍ରା କରିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.