Below header

ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂହ ଭଦୌରିୟା

ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂହ ଭଦୌରିୟା । ଏୟାରଫୋର୍ସ ଚିଫ୍‌ ମାର୍ଶାଲ ବିଏସ୍‌ ଧନଓ୍ଵା ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ରାକେଶ କୁମାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ରାକେଶ କୁମାର ସିଂହ ଭଦୌରିୟା ବର୍ତ୍ତମାନ ସୁଦ୍ଧା ୨୬ ପ୍ରକାର ଯୁଦ୍ଧ ଓ ପରିବହନ ବିମାନ ଚଳାଇଛନ୍ତି । ୪ ହଜାର ୨୫୦ ଘଣ୍ଟା ଯୁଦ୍ଧ ବିମାନ ଓ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଚଳାଇବାର ଅଭିଜ୍ଞତା ରହିଛି । ଏଥିରେ ରାଫେଲ ମଧ୍ୟ ସାମିଲ ଅଛି ।

air forceଆରକେଏସ୍‌ ଭଦୌରିୟା ଲଢୁଆ ଯୁଦ୍ଧ ବିମାନ ରାଫେଲ କିଣା ଡିଲ୍‌ର ସଦସ୍ୟ ଅଛନ୍ତି । ସେ ରାଫେଲ କିଣା ଟିମ୍‌ର ଚେୟାରମ୍ୟାନ୍‌ ଅଛନ୍ତି । ଆରକେଏସ୍‌ ଭଦୌରିୟା ନେସନାଲ ଡିଫେନ୍ସ ଏକାଡେମୀ ପୁନେରୁ ଟ୍ରେନିଂ ନେଇଛନ୍ତି । ଏହା ସହ ବାଂଲାଦେଶର କମାଣ୍ଡ ଆଣ୍ଡ ଷ୍ଟାଫ୍‌ କଲେଜରେ ଡିଫେନ୍ସ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.