ମା’ ହେବେ କଲ୍କି କୋଚଲିନ୍‌, ଏପରି କରିବେ ଶିଶୁକୁ ଜନ୍ମ

ସେକ୍ରେଡ୍ ଗେମ୍ସ ଅଭିନେତ୍ରୀ କଲ୍କି କୋଚଲିନ୍ ଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ସେ ମା’ବନିବେ ବୋଲି ଜଣା ପଡ଼ିଛି । ଏବେ ସେ ୫ମାସର ଗର୍ଭବତୀ ଥିବା ନେଇ ଏକ ସୂଚନା ସାମ୍ନାକୁ ଆସିଛି । ତେବେ କଲ୍କି ସବୁ ମା’ଙ୍କ ଭଳି ସାଧାରଣ ଡେଲିଭରୀ ନ କରାଇ ଓ୍ଵାଟର ବର୍ଥ ଜରିଆରେ ଡେଲିଭରୀ କରାଇବେ ବୋଲି ଜଣା ପଡ଼ିଛି । ୫ମାସ ମଧ୍ୟରେ ସେ ସବୁ ପ୍ରକାରର ପ୍ରସ୍ତୁତି କରି ସାରିଥିବା ବେଳେ ନବଜାତର ନାଁ ମଧ୍ୟ ବାଛି ସାରିଛନ୍ତି ।

ଏହାସହ ପଢନ୍ତୁ: ରଣବୀରଙ୍କ ଜନ୍ମଦିନରେ ଏଭଳି ନିଆରା ଅନ୍ଦାଜ୍‌ରେ ଶୁଭେଚ୍ଛା ଜଣାଇଲେ ଆଲିଆ

ସୂଚନା ମୁତାବକ, କିଛି ଦିନ ତଳେ ସେ ନିଜ ପ୍ରେମିକ ଗାଏ ହର୍ଷବର୍ଗଙ୍କୁ ଡେଟ୍ କରୁଥିବା ନେଇ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ । ଗାଏ ଇର୍ସାଏଲର ବାସିନ୍ଦା ହୋଇଥିବା ବେଳେ ଏବେ ଦୁହେଁ ନିଜ ପ୍ରଥମ ଶିଶୁକୁ ଅପେକ୍ଷା କରି ବସିଛନ୍ତି । କଲ୍କିଙ୍କ କହିବା ଅନୁଯାୟୀ, ସେ ତାଙ୍କ ସନ୍ତାନ ପାଇଁ ଏଭଳି ଏକ ନାଁ ବାଛିଛନ୍ତି, ଯାହା ଦୁଇଟି ଲିଙ୍ଗକୁ ସୂଚାଉଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.