Below header

ମଧ୍ୟପ୍ରଦେଶରେ ମିଳିଲା ଦୁର୍ଲ୍ଲଭ ବିଲେଇ, ଗୋଟିଏ ଆଖି ନୀଳ ତ ଆଉ ଏକ ଆଖି ହଳଦିଆ

ବୈତୁଲ୍‌ :  ବେଳେ ବେଳେ ଏମିତି ଦୁର୍ଲ୍ଲଭ ଜିନିଷ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । ମଧ୍ୟପ୍ରଦେଶର ବୈତୁଲରେ ଏମିତି ଏକ ଦୁର୍ଲ୍ଲଭ ବିଲେଇ ଦେଖିବାକୁ ମିଳିଛି ଯାହାର ଦୁଇ ପ୍ରକାର ଆଖି । ଗୋଟିଏ ଆଖି ନୀଳ ରଙ୍ଗର ହୋଇଥିବା ବେଳେ ଅନ୍ୟ ଆଖିଟି ହଳଦିଆ ରଙ୍ଗର ଥିବା ଦେଖାଯାଇଛି । ବିଲେଇର ଦେହର ରଙ୍ଗ ସମ୍ପୂର୍ଣ୍ଣ ଧଳା ।

cat
photo credit: punjabkesari.in

ସୂଚନା ଅନୁଯାୟୀ, ଏହି ବଲେଇ ଏକ ଭିନ୍ନ ପ୍ରଜାତିର ବୋଲି ଜଣାପଡ଼ିଛି । ଏହି ପ୍ରଜାତିର ବିଲେଇ ସାଧାରଣତଃ ଥାଇଲାଣ୍ଡରେ ଦେଖା ଯାଆନ୍ତି । ଏମାନଙ୍କର ବଂଶ ଇତିହାସ ପ୍ରାୟ ୧୦୦ ବର୍ଷ ତଳର । ଏମାନେ ବହୁତ ହୁସିଆର୍‌ ଓ ଚଞ୍ଚଳ ପ୍ରଜାତିର ଆଉ ବହୁତ ଆଜ୍ଞାକାରୀ ମଧ୍ୟ ବୋଲି କୁହାଯାଏ । ଏହି ବିଲେଇ ଏବେ ଲୋପ ପାଇଯାଉଥିବାରୁ ଏମାନଙ୍କୁ ବ୍ରିଡିଂ କରାଯାଉଛି ।

cat
photo credit: punjabkesari.in

ଏହି ବିଲେଇର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ମୁଦ୍ରାରେ ବହୁତ ଅଧିକ । କୁହାଯାଏ ଗୋଟିଏ ବଲେଇର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଏହି ବିଲେଇଙ୍କର ଆଖି ଦୁଇ ପ୍ରକାର ରଙ୍ଗ ହେବା କାରଣ ହେଉଛି ଏମାନଙ୍କର ଆଖିର ଷ୍ଟ୍ରକ୍‌ଚର ଯୋଗୁଁ । ବଲେଇର ଏହି ଲକ୍ଷଣଜନ୍ମଗତ । ଲକ୍ଷରେ ଏଭଳି ଗୋଟିଏ ବିଲେଇ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.