ପୁରୀ ଶ୍ରୀମନ୍ଦିର ସେବାୟତଙ୍କର ପୁଣି ଥରେ ହେବ କୋଭିଡ ଟେଷ୍ଟ

ପୁରୀ(କେ ନ୍ୟୁଜ): ପୁଣି ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ହେବ କୋଭିଡ ଟେଷ୍ଟ। ଆସନ୍ତାକାଲି ଠାରୁ ପ୍ରାୟ ୨ହଜାର ସେବାୟତଙ୍କ ପୂନର୍ବାର କୋଭିଡ ଟେଷ୍ଟ ହେବ। ବିଭିନ୍ନ ସ୍ଥାନରୁ ପୁରୀ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିବା ପରେ କୋଭିଡ ସଂକ୍ରମଣ ଆଶଙ୍କା ଦେଖାଯାଇଛି। ଏହା ପ୍ରତି ସତର୍କ ରହିବାକୁ ଶ୍ରୀମନ୍ଦିର ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କ ଟେଷ୍ଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ବଡ଼ଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଏକମାସ ଧରି କୋଭିଡ ଟେଷ୍ଟ ଜାରି ରହିବ। ପ୍ରତିଦିନ ୫୦ ଜଣ ସେବକଙ୍କ କୋଭିଡ ଟେଷ୍ଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ସମୟ ମଧ୍ୟରେ ଯେଉଁମାନେ କୋଭିଡ ଟେଷ୍ଟ କରାଇନଥିବେ ସେମାନେ ମାର୍ଚ୍ଚ ୧ତାରିଖରୁ ଟେଷ୍ଟ କରାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.