ଆଜିଠାରୁ ଭୁବନେଶ୍ୱର ୟୁନିଟ୍‌-୧ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ୱର(କେ ନ୍ୟୁଜ): ଆଜିଠାରୁ ଭୁବନେଶ୍ୱର ୟୁନିଟ୍‌-୧ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏଥର କୋଭିଡ କଟକଣାରେ ଆରମ୍ଭ ହୋଇଛି ମେଳା । ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଏଥର କେବଳ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ତଥା ସଂଗୃହିତ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରି ବ୍ୟବସ୍ଥା କରାଯାଇଛି ।

ମେଳାକୁ ଭିଡମୁକ୍ତ କରିବା ପାଇଁ ୱେବସାଇଟର ବ୍ୟବସ୍ଥା କରାଯାଇଛି। ଭର୍ଚୁଆଲ ମୋଡରେ ଆଦିବାସୀଙ୍କ ସଂସ୍କୃତି, କଳା, ସ୍ଥାପତ୍ୟ, ରନ୍ଧନକଳା ଆଦି ଦେଖିପାରିବେ ଦର୍ଶକ । ମେଳାର ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କ୍ରନିଂର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.