Below header

ପରମାଣୁ ଯୁଦ୍ଧକୁ ନେଇ ଚେତାବନୀ ଜାରି କଲା ମସ୍କୋ

ଆମେରିକା ଓ ନାଟୋକୁ ଧମକ ଦେଇଛନ୍ତି ରୁଷ ଉପବୈଦେଶିକ ମନ୍ତ୍ରୀ। ଆମେରିକା ଓ ନାଟୋର ନୀତି ପରମାଣୁ ଯୁଦ୍ଧର ସ୍ଥିତି ସୃଷ୍ଟି କରୁଛି ବୋଲି କହିଛନ୍ତି ସର୍ଗେଇ ରିବକୋଭ। ସେପଟେ ୟୁକ୍ରେନ ଆକ୍ରମଣ ପାଇଁ ରୁଷକୁ ଏଯାଏ ନିନ୍ଦା କରିନଥିବା ଭାରତ ପରମାଣୁ ଧମକକୁ ବିରୋଧ କରିଛି। ପରମାଣୁ ଧମକ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ ଜଣାଇ ଦେଇଛି ଭାରତ ।

ନୂଆଦିଲ୍ଲୀ : ଆମେରିକା ଓ ନାଟୋକୁ ଧମକ ଦେଇଛନ୍ତି ରୁଷ ଉପବୈଦେଶିକ ମନ୍ତ୍ରୀ। ଆମେରିକା ଓ ନାଟୋର ନୀତି ପରମାଣୁ ଯୁଦ୍ଧର ସ୍ଥିତି ସୃଷ୍ଟି କରୁଛି ବୋଲି କହିଛନ୍ତି ସର୍ଗେଇ ରିବକୋଭ। ସେପଟେ ୟୁକ୍ରେନ ଆକ୍ରମଣ ପାଇଁ ରୁଷକୁ ଏଯାଏ ନିନ୍ଦା କରିନଥିବା ଭାରତ ପରମାଣୁ ଧମକକୁ ବିରୋଧ କରିଛି। ପରମାଣୁ ଧମକ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ ଜଣାଇ ଦେଇଛି ଭାରତ । ପରମାଣୁ ଯୁଦ୍ଧର ରୂପ ନେବ କି ରୁଷ-ୟୁକ୍ରେନ ଯୁଦ୍ଧ ? ମସ୍କୋର ତୁହାକୁ ତୁହା ପରମାଣୁ ଧମକ।

ପୂର୍ବରୁ ଏକାଧିକ ଥର ଧମକ ଦେଇସାରିଛନ୍ତି ପୁଟିନ । ଏଥର ଚେତାବନୀ ଶୁଣାଇଲେ ରୁଷ ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ରିବକୋଭ। ଚେତାବନୀ ୟୁକ୍ରେନକୁ ନୁହେଁ, ଆମେରିକା ଓ ନାଟୋକୁ। ଯୁଦ୍ଧକୁ ଆମେରିକା ଓ ନାଟୋ ଯେମିତି ଇନ୍ଧନ ଦେଉଛନ୍ତି, ତାହା ସିଧାସଳଖ ପରମାଣୁ ଯୁଦ୍ଧର ସୂତ୍ରପାତ କରିବ।

ଆମେରିକା ଓ ନାଟେର ନୀତି ତୀବ୍ର ରଣନୀତିକ ବିପଦ ସୃଷ୍ଟି କରିଛି। ଯୁଦ୍ଧରେ ଆମେରିକା ଓ ନାଟୋର ଭାଗିଦାରୀ ବଢ଼ିବା ସିଧାସଳଖ ପରମାଣୁ ଯୁଦ୍ଧର ବିପଦ ବଢ଼ାଉଛି। ପରମାଣୁ ଯୁଦ୍ଧ ହେଲେ ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି ହେବ । ଆମେରିକା ଓ ନାଟୋ ଯାହା କରୁଛନ୍ତି ସେଥିରେ ଆଣବିକ ଶକ୍ତିସଂପନ୍ନ ରାଷ୍ଟ୍ରଙ୍କ ଶାନ୍ତି ସଂକଳ୍ପ ଭାଙ୍ଗିଯିବ ବୋଲି କହିଛନ୍ତି ରିବକୋଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.