Below header

ଜୟପୁରର ଜଣାଶୁଣା ବ୍ୟବସାୟୀଙ୍କ ପୁଅ ଉପରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଗଲେ

ସହରର ଜଣେ ଜଣାଶୁଣା ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ପୁଅ ଉପରକୁ ଗୁଳିମାଡ ହୋଇଛି। ଦୁଇଟି ଖୋକା କାରର ଡୋର୍‌ରେ ବାଜି ଖସିପଡ଼ିଛି । ଘଟଣାସ୍ଥଳରୁ ଖୋକାକୁ ଜବତ କରିଛି ସାଇଣ୍ଟଫିକ ଟିମ । ତେବେ ଯୁବ ବ୍ୟବସାୟୀ ଆଦର୍ଶ ଅଗ୍ରୱାଲ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଜୟପୁର(କେନ୍ୟୁଜ୍):   କୋରାପୁଟ ଜିଲ୍ଲା ଜୟପୁର ରାଜରାସ୍ତାରେ ଫୁଟିଲା ଗୁଳି । ସହରର ଜଣେ ଜଣାଶୁଣା ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ପୁଅ ଉପରକୁ ଗୁଳିମାଡ ହୋଇଛି। ଦୁଇଟି ଖୋକା କାରର ଡୋର୍‌ରେ ବାଜି ଖସିପଡ଼ିଛି । ଘଟଣାସ୍ଥଳରୁ ଖୋକାକୁ ଜବତ କରିଛି ସାଇଣ୍ଟଫିକ ଟିମ । ତେବେ ଯୁବ ବ୍ୟବସାୟୀ ଆଦର୍ଶ ଅଗ୍ରୱାଲ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଘଟଣାକୁ ଗୁରୁତ୍ୱର ସହ ନେଇ ଟାଉନ ଥାନା ପୋଲିସ ସିସିଟିଭି ଆଧାରରେ ଛାନବିନ କରୁଛି । ଘଟଣା ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେପି ନେତା ଗୌତମ ସାମନ୍ତରାୟ ବ୍ୟବସାୟୀଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି । ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ, ଅପରାଧୀ ପୁଣି ସକ୍ରିୟ ବୋଲି କହିଛନ୍ତି ତାରା । ଘଟଣାକୁ ନେଇ କୋରାପୁଟ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.