୫ ସନ୍ତାନଙ୍କୁ ଛୁରି ମାରି ଲହୁଲୁହାଣ କଲା ମା’, ୩ ମୃତ ଓ ୨ ଗୁରୁତର ଅବସ୍ଥାରେ ହେଉଛନ୍ତି ଚିକିତ୍ସିତ

ଇଟାଲିରେ ଦେଖିବାକୁ ମିଳିଛି ଏକ ଛାତି ଥରା ଘଟଣା । ଜଣେ ମା’ ତା’ର ୫ ସନ୍ତାନଙ୍କୁ ବାରମ୍ବାର ଛୁରି ମାରି ଲହୁଲୁହାଣ କରିଥିବା ବେଲେ ସେମାନଙ୍କ ମଧ୍ୟରୁ ୩ ସନ୍ତାନଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ହତ୍ୟାର କାରଣ ଜଣାପଡି ନାହିଁ । ଅଘଟଣଟି ଘଟିଛି ଇଟାଲିର ଛୋଟେ ଏଲିସ କାଉଣ୍ଟି ସହରରେ ।

ଇଟାଲି : ଇଟାଲିରେ ଦେଖିବାକୁ ମିଳିଛି ଏକ ଛାତି ଥରା ଘଟଣା । ଜଣେ ମା’ ତା’ର ୫ ସନ୍ତାନଙ୍କୁ ବାରମ୍ବାର ଛୁରି ମାରି ଲହୁଲୁହାଣ କରିଥିବା ବେଲେ ସେମାନଙ୍କ ମଧ୍ୟରୁ ୩ ସନ୍ତାନଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ହତ୍ୟାର କାରଣ ଜଣାପଡି ନାହିଁ । ଅଘଟଣଟି ଘଟିଛି ଇଟାଲିର ଛୋଟେ ଏଲିସ କାଉଣ୍ଟି ସହରରେ ।

ଏଠାକାର ଷ୍ଟାଫର୍ଡ ପ୍ରାଥମିକ ସ୍କୁଲ ପାଖ ଏକ ଘରେ ସ୍କୁଲ ଯାଉଥିବା ୩ ପିଲାଙ୍କ ମୃତ ଦେହ ଜବତ ହେବା ସହ ଅନ୍ୟ ୨ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ସଂଗେ ସଂଗେ ହେଲିକେପ୍ଟରରେ ନିଆ ଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ମା’କୁ ଟେକ୍ସାସ ସହରରେ ଗିରଫ କରାଯାଇଛି ।

ହତ୍ୟାର କାରଣ ଜଣାପଡି ନାହିଁ । ମହିଳାଙ୍କୁ ପୂର୍ବରୁ ଏକ ଅଭିଯୋଗରେ ଗିରଫ କରାଯାଇଥିଲା । ଫଳରେ ଅନ୍ୟ ଜଣେ ସମ୍ପର୍କୀୟଙ୍କ ପାଖରେ ତାଙ୍କର ଏହି ୫ ସନ୍ତାନଙ୍କୁ ରଖାଯାଇଥିଲା । ମହିଳା ମଝିରେ ମଝିରେ ସେଠାକୁ ଯିବା ଆସିବା କରୁଥିଲେ । କେଉଁ ପରିସ୍ଥିତିରେ କ’ଣ ପାଇଁ ଉକ୍ତ ସନ୍ତାନଙ୍କୁ ହତ୍ୟା କରାଯାଇଛି ତାହା ଏବେ ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.