ରୁଷର ସେଣ୍ଟ ବିଟବର୍ଗରେ ବିସ୍ଫୋରଣ, ମିଲିଟାରୀ ସାମ୍ବାଦିକଙ୍କ ମୃତ୍ୟୁ, ୩୨ ଆହତ
ରୁଷର ସେଣ୍ଟ ବିଟବର୍ଗରେ ଘଟିଛି ବିସ୍ଫୋରଣ । ଏକ କେଫରେ ବିସ୍ଫୋରଣ ଘଟି ରୁଷର ଜଣେ ମିଲିଟାରୀ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଏଥିରେ ୟୁକ୍ରେନ୍ର ହାତଥିବା ସଂଦେହ କରୁଛି କ୍ରେମଲିନ୍ ।

ନୂଆଦିଲ୍ଲୀ : ରୁଷର ସେଣ୍ଟ ବିଟବର୍ଗରେ ଘଟିଛି ବିସ୍ଫୋରଣ । ଏକ କେଫରେ ବିସ୍ଫୋରଣ ଘଟି ରୁଷର ଜଣେ ମିଲିଟାରୀ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଏଥିରେ ୟୁକ୍ରେନ୍ର ହାତଥିବା ସଂଦେହ କରୁଛି କ୍ରେମଲିନ୍ ।
ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମାରିଆ ଟ୍ରେପୋଭା। ଏହି ମହିଳାଙ୍କ ଭିଡିଓ ରିଲିଜ କରିଛି ମସ୍କୋ ଗୃହ ମନ୍ତ୍ରାଳୟ। ଏହି ମହିଳା ଜଣଙ୍କ ବିସ୍ଫୋରକ ନେଇ କେଫ୍ ଭିତରକୁ ଯାଇଥିବା କହିଛି କ୍ରେମଲିନ। ବିସ୍ଫୋରକ ନେଇ କେଫ ଭିତରକୁ ଯାଇଥିବା ସ୍ୱୀକାର କରିଛନ୍ତି ମହିଳା। କିନ୍ତୁ ତାଙ୍କୁ କିଏ ଏହି ବିସ୍ଫୋରକ ଦେଇଥିଲା ସେ ନେଇ ସେ ମୁହଁ ଖୋଲୁ ନାହାନ୍ତି ।
ଏଥିରେ ୟୁକ୍ରେନର ହାତ ଥିବା କହିଛି ମସ୍କୋ। ସେପଟେ ଟ୍ରମ୍ପ କହିଛନ୍ତି ପୁଟିନ ପୂରା ୟୁକ୍ରେନକୁ ନେଇଯିବେ । ସେ ରାଷ୍ଟ୍ରପତି ଥିଲେ ଯୁଦ୍ଧ ହୋଇ ନଥାନ୍ତା ବୋଲି କହିଛନ୍ତି ଟ୍ରମ୍ପ। ଫକ୍ସ ନିଉଜକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି। ପୂର୍ବରୁ ମଧ୍ୟ ସମାନ ଦାବି କରିଥିଲେ ଟ୍ରମ୍ପ ।