Below header

୨୦୩୦ ସୁଦ୍ଧା ଅମରତ୍ୱ ଲାଭ କରିବ ମଣିଷ, ଗୁଗୁଲ ସାଇଣ୍ଟିଷ୍ଟ- ରେ କୁର୍ଜେଓ୍ଵଲଙ୍କ ଭବିଷ୍ୟବାଣୀ

ଜନ୍ମ ଥିଲେ ମୃତ୍ୟୁ ଅଛି । ହେଲେ ମୃତ୍ୟୁଞ୍ଜୟ ହେବାକୁ କେବେ ଆପଣ ଚିନ୍ତା କରିଛନ୍ତି କି ? ଅର୍ଥାତ ଆପଣ ଅମର ହୋଇ ରହିବାକୁ କେବେ ଭାବିଛନ୍ତି କି ? ଯଦି କିଏ ଆପଣଙ୍କୁ କହେ ଅମର କରିଦେବାକୁ, ଆପଣ ନିଶ୍ଚୟ ଖୁସୀ ହେବେ । ମୃତ୍ୟୁର ଭୟ ନଥିବ କି ବୁଢ଼ା େ ହବାର ଭୟ । ସର୍ବଦା ଚିର ଯୌବନ ରହିବେ, କେତେ ଖୁସୀ ନ ହେବେ ଆପଣ । ହଁ ଆଜ୍ଞା, ସେହି ସମୟ ଏବେ ଆସିବାକୁ ଯାଉଛି । ମୃତ୍ୟୁ ଆଉ ଆପଣଙ୍କ ପାଖ ମାଡିବନି । ଅବଶ୍ୟ ଏଥିପାଇଁ ଆପଣଙ୍କୁ ଆଉ ୭ ବର୍ଷ ଅପେକ୍ଷା କରିବାକୁ ହେବ ।

ଅର୍ଥାତ ୨୦୩୦ ସୁଦ୍ଧା ମଣିଷ ଅମରତ୍ୱ ଲାଭ କରିବ । ଏହା ଆମେ କହୁନାହୁଁ , ପୂର୍ବତନ ଗୁଗୁଲ ସାଇଣ୍ଟିଷ୍ଟ -ରେ କୁର୍ଜେଓ୍ଵଲ ଏଭଳି ଏକ ଭବିଷ୍ୟବାଣୀ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁର୍ଜେଓ୍ଵଲ ୧୪୭ଟି ଭବିଷ୍ୟବାଣୀ କରିଛନ୍ତି । ଯାହା ଭିତରୁ ୮୬ ପ୍ରତିଶତ ସତ୍ୟ ହୋଇସାରିଲାଣି । ୧୯୯୯ରେ ନେସନାଲ ମେଡାଲ ଅଫ ଟେକ୍ନୋଲୋଜି ହାସଲ କରିଥିବା ଏହି ପୂର୍ବତନ ଗୁଗୁଲ ବୈଜ୍ଞାନିକ, ୨୦୦୫ରେ ଏକ ପୁସ୍ତକ ରଚନା କରିଥିଲେ ।

ଯାହାର ନାଁ ଥିଲା ଦି ସିଙ୍ଗୁଲାରିଟି ଇଜ୍‌ ନିଅର । ଏହି ପୁସ୍ତକରେ ସେ ମଣିଷର ଅମରତ୍ୱ ନେଇ ଭବିଷ୍ୟବାଣୀ କରିଛନ୍ତି । ୨୦୩୦ରେ ମଣିଷ, ମୃତ୍ୟୁ ଉପରେ ବିଜୟ ଲାଭ କରିବ ବୋଲି ସେ ଦାବି କରିଛନ୍ତି । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ , ମଣିଷ ଯଦି ଅମର ହେବ, ହେବ କେମିତି। ଦର୍ଶକ ବନ୍ଧୁ, ମଣିଷକୁ ଅମର କରିବ ନାନୋ-ବୋଟ୍‌ସ । ଏହା ଏକ ନାନୋ ଟେକ୍ନୋଲୋଜି । ନାନୋ-ବୋଟ୍‌ସକୁ ରୋବୋଟିକ୍ସ ଜନ୍ମ ଦେବ । ଯିଏ ବୟସକୁ ପରାସ୍ତ କରିବ ।

ଅର୍ଥାତ ମଣିଷର ବୟସ ବଢ଼ିବାକୁ ଦେବ ନାହିଁ । ବୟସ ବଢ଼ିବା ସହ ଯେଉଁ ଜୀବକୋଷ ନଷ୍ଟ ହୋଇଥାଏ , ତାକୁ ନିମୟିତ ଭାବେ, ପୁନର୍ଜୀବିତ କରିବ ଏହି ନାନୋ-ବୋଟ୍‌ସ । ଫଳରେ ମଣିଷକୁ ଆଉ ବାର୍ଦ୍ଧକ୍ୟ ଛୁଇଁ ବି ପାରିବନି । ଯାହା ଫଳରେ ମଣିଷ ସବୁ ବେଳେ ଯୁବକ ହୋଇ ରହିବ । ଆଉ ମରିବନି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.