ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ସୋମବାର ସକାଳ ସମୟରେ ଗ୍ରାମର ୬ଜଣ ବ୍ୟକ୍ତି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ଛତୁ ଆଣି ପାହାଡ଼ରେ ଥିବା କୁଡ଼ିଆରେ ରୋଷେଇ କରିଥିଲେ। ଖାଇସାରି ଘରକୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ତିନି ଜଣ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ ।

ମୋହନା(କେନ୍ୟୁଜ୍): ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି ତିନିଜଣ ବ୍ୟକ୍ତି ସେଥିମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଵାଘମାରି ପଞ୍ଚାୟତ ର ଅଣ୍ଡରାଗଡ ଗ୍ରାମରେ। ସୂଚନା ପ୍ରକାରେ ସୋମବାର ସକାଳ ସମୟରେ ଗ୍ରାମର ୬ଜଣ ବ୍ୟକ୍ତି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ଛତୁ ଆଣି ପାହାଡ଼ରେ ଥିବା କୁଡ଼ିଆରେ ରୋଷେଇ କରିଥିଲେ। ଖାଇସାରି ଘରକୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ତିନି ଜଣ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ ।

ସେମାନଙ୍କୁ ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ।  ଚିକିତ୍ସା ପରେ ଦୁଇ ଜଣ ଲକ୍ଷ୍ମୀକାନ୍ତ ପାଇକ ଏବଂ ରମେଶ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ କନ୍ଧ ପାଇକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର mkcg ମେଡିକାଲ ସ୍ଥାନାନ୍ତର କରାଯାଇଛି।