Below header

NIA ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ସଦାନନ୍ଦ ବସନ୍ତ ଦାତେ, ୨୬/୧୧ର ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥାର ପ୍ରମୁଖ ଥିଲେ

NIAର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ ଦାତେ । ରବିବାର ଦିନକର ଗୁପ୍ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ NIAର ନୂତନ ପ୍ରମୁଖ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(NIA)ର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ ଦାତେ । ଏ ନେଇ NIA ବିବୃତ୍ତି ଜାରି କରିଛି । ରବିବାର ଦିନକର ଗୁପ୍ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ NIAର ନୂତନ ପ୍ରମୁଖ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ତେବେ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ATSର ପ୍ରମୁଖ ଭାବରେ କାର୍ଯ୍ୟରତ ଥିଲେ । ସଦାନନ୍ଦ ୧୯୯୦ ବ୍ୟାଚ୍ ଭାରତୀୟ ପୋଲିସ ସେବା(IPS) ମହାରାଷ୍ଟ୍ର କ୍ୟାଡେରର ଅଧିକାରୀ ଥିଲେ । ସଦାନନ୍ଦ ଦୁଇ ଥର କେନ୍ଦ୍ର ସରକାରଙ୍କ ପାଇଁ ସେବା ପ୍ରଦାନ କରିଛନ୍ତି । ସେ ସିବିଆଇରେ ଉପ ନିରୀକ୍ଷକ ଏବଂ ସିଆରପିଏଫରେ ମହାନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ ।

୨୦୦୮ ମୁମ୍ବାଇ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବାରୁ ତାଙ୍କୁ ସେହି ବର୍ଷ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା । ୨୦୦ ୮ରେ Meritoroius ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ୨୦୧୪ରେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.