ଆସନ୍ତା ଏପ୍ରଲ ୯ରୁ ମା’ତାରିଣୀଙ୍କ ଚଇତି ପର୍ବ, ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ସଙ୍କଟ ହାରିଣୀ

କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା'ତାରିଣୀଙ୍କ ୮୮ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଇତି ପର୍ବ ତଥା ମା'ଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି ।

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା’ତାରିଣୀଙ୍କ ୮୮ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଇତି ପର୍ବ ତଥା ମା’ଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି । ଚଇତି ପର୍ବରେ ମା’ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ସହିତ ଖରାକୁ ମୁକାବିଲା କରିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ ମନ୍ଦିରରେ ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ତଥା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆଯାଇଛି ।

ଆସନ୍ତା ଏପ୍ରଲ ୯ରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ମା ତାରିଣୀଙ୍କ ୮୮ତମ ଚଇତି ପର୍ବ ମାହା ଆଡମ୍ବରରେ ପାଳିତ ହେବାକୁ ଯାଉଛି । ପର୍ବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ପଡିଛନ୍ତି । ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସର, ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣି ବ୍ୟବସ୍ଥା କରାଯିବ ।

ସାତ ଦିନ ଧରି ମା’ତାରିଣୀ ସୁନାବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଟିତ ହେବ। ଏହି ଅବସରରେ ମାଙ୍କ ପିଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କରାଣରୁ ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଶୃଙ୍ଖଳା ଦର୍ଶନ ଓ ମାଙ୍କ ପୂଜା କାର୍ଯ୍ୟ ପାଇଁ ଅଧିକ ସଂଖ୍ୟାରେ ପୂଜକ ନିୟୋଜିତ ହେବେ ବୋଲି ପୂଜକ ସଙ୍ଘ ପ୍ରକାଶ କରିଛନ୍ତି ।

tarini temple reopen

ଏପଟେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିଷରରେ ପାନୀୟ ଜଳ ଓ ଅଂଶୁଘାତର ମୁକାବିଳା ପାଇଁ ମନ୍ଦିର ପରିଷର ମଧ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଜରୁରୀ କାଳୀନ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯିବ । ମନ୍ଦିର ପରିସରରେ ସିସି ଟିଭି କ୍ୟାମେରା ଲଗାଯିବା ସହ ପୋଲିସ୍ ଫୋର୍ସ ମୁତୟନ ହେବେ । ଏଥି ସହିତ ଏହି ଚଇତି ପର୍ବରେ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ, ଯୁବକ ସଙ୍ଘ ମାନେ ସହଯୋଗର ହାତ ବଢାଇଥାନ୍ତି ।

ତେବେ ଏହି ଚଇତି ପର୍ବ ସାତ ଦିନ ଧରି ମା’ଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ,ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଆଦି ଅନୁଷ୍ଟିତ ହୋଇ ଏକ ଆଧ୍ୟ୍ୟାତ୍ମକ ପରିବେଷ ସୃଷ୍ଟି ହେବାକୁ ଯାଉଥିବା ସହ ଏହି ୭ଦିନ ଧରି ଘଟଗାଁ ଅଂଚଳରେ ଆମିଷ ସେବନକୁ ସଂପୂର୍ଣ୍ଣ ବାରଣ କରାଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.