Gmail ର ୫ଟି ସିକ୍ରେଟ ଫିଚର୍ସ, ଜାଣନ୍ତୁ ଏହା ବିଷୟରେ

ଆପଣ ହୁଏତ ଦୀର୍ଘ ସମୟ ଧରି Gmail ବ୍ୟବହାର କରିଆସୁଛନ୍ତି, କିନ୍ତୁ ଏଥିରେ ଏଭଳି କିଛି ଜିନିଷ ଅଛି ଯାହା ଆପଣ ଜାଣି ନଥିବେ । ଆଜି ଆମେ ଆପଣଙ୍କୁ Gmail ର କିଛି ବିଶେଷ ଟ୍ରିକ୍ସ ବିଷୟରେ କହିବାକୁ ଯାଉଛୁ, ଯାହା Gmail ବ୍ୟବହାର କରିବାର ଏକ୍ସପେରିଏନ୍ସକୁ ଉନ୍ନତ କରିବ ।
-ପ୍ରଥମ ଫିଚର Confidential Email ସହିତ ଜଡିତ । ବହୁତ କମ୍ ଲୋକ ଜାଣନ୍ତି ଯେ Gmail ରେ ସିକ୍ରେଟ୍ ଇମେଲ୍ ମଧ୍ୟ ପଠାଯାଇପାରିବ । ଏହାକୁ ଆକ୍ଟିଭ୍ କରିବାକୁ, ଏକ ନୂତନ ଇମେଲ୍ ପଠାଇବାବେଳେ ଆପଣଙ୍କୁ Lock ସାଇନ୍ ଉପରେ ଟ୍ୟାପ୍ କରିବାକୁ ପଡିବ ।
-ଦ୍ୱିତୀୟ ଫିଚର ହେଉଛି View Emails Offline, ଯେଉଁଥିରେ ଆପଣ ଇଣ୍ଟରନେଟ୍ ବିନା ଇମେଲ୍ ପଢିପାରିବେ । ଏଥିପାଇଁ ଆପଣଙ୍କୁ Gmail Settingsକୁ ଯିବାକୁ ପଡିବ ଏବଂ Enable offline email ଟ୍ୟାପ୍ କରିବାକୁ ପଡିବ ।
-ତୃତୀୟ ଫିଚର ହେଉଛି Schedule Emails, ଯେଉଁଥିରେ Gmail ରେ ଯେକୌଣସି ଇମେଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସିଡ୍ୟୁଲ୍ ହୋଇପାରିବ । ଏଥିପାଇଁ ଆପଣଙ୍କୁ Schedule Sendକୁ ଯାଇ ତାରିଖ ଏବଂ ସମୟ ସିଲେକ୍ଟ କରିବାକୁ ପଡିବ ।
-ଚତୁର୍ଥ ଫିଚର ହେଉଛି Right click menu, ଏଥିରେ ଯେତେବେଳେ ଆପଣ ରାଇଟ୍ କ୍ଲିକ୍ କରିବେ, ଅନେକ ଅପ୍ସନ୍ ଦେଖାଯିବ, ଯାହା ଆଟାଚମେଣ୍ଟ, Move to tab, ରିପ୍ଲାଏ ଅଲ୍ ଏବଂ ସର୍ଚ୍ଚ ଅପ୍ସନ୍ ।
-Gmail ର ପଞ୍ଚମ ସିକ୍ରେଟ୍ ଫିଚର୍ ହେଉଛି Shortcuts। mark as read କରିବା ପାଇଁ Shift + I ଉପରେ କ୍ଲିକ କରନ୍ତୁ, ଇମେଲ ପଠାଇବା ପାଇଁ Command କିମ୍ବା Ctrl + Enter କ୍ଲିକ କରନ୍ତୁ । ଏହା ବ୍ୟତୀତ ରେସିପିଏଣ୍ଟ ଏଣ୍ଡ କରିବା ପାଇଁ Shift + Ctrl + B ପ୍ରେସ କରନ୍ତୁ ।