‘ମଇଦାନ’ ରିଲିଜ୍ ହେବା ପୂର୍ବରୁ ଅଜୟ ଦେବଗନ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ଉପହାର, ସାମ୍ନାକୁ ଆସିଲା ଖେଳାଳିଙ୍କ ଝଲକ

ଅଜୟ ଦେବଗନ ଏବେ ଫିଲ୍ମ ‘ମଇଦାନ’ ସହିତ ଆସୁଛନ୍ତି । ତେବେ ଫ୍ୟାନ୍ସ ଫିଲ୍ମ ପାଇଁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍‌ ଦେଖିବାକୁ ମିଳୁଛି । ବର୍ତ୍ତମାନ ଫିଲ୍ମ ରିଲିଜ୍ ପାଇଁ ମାତ୍ର ୯ ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ଫିଲ୍ମର ରିଲିଜ୍ ଡେଟ୍‌ ପାଖେଇ ଆସୁଥିବାରୁ ଅଜୟ ଦେବଗନ କ୍ରମାଗତ ଭାବରେ ଫିଲ୍ମ ସହ ଜଡିତ କିଛି ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ଉତ୍ସାହ ବଢାଉଛନ୍ତି ।

ଫିଲ୍ମ ‘ସୈତାନ୍‌’ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ପରେ ଅଜୟ ଦେବଗନ ଏବେ ଫିଲ୍ମ ‘ମଇଦାନ’ ସହିତ ଆସୁଛନ୍ତି । ତେବେ ଫ୍ୟାନ୍ସ ଫିଲ୍ମ ପାଇଁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍‌ ଦେଖିବାକୁ ମିଳୁଛି । ବର୍ତ୍ତମାନ ଫିଲ୍ମ ରିଲିଜ୍ ପାଇଁ ମାତ୍ର ୯ ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ଫିଲ୍ମର ରିଲିଜ୍ ଡେଟ୍‌ ପାଖେଇ ଆସୁଥିବାରୁ ଅଜୟ ଦେବଗନ କ୍ରମାଗତ ଭାବରେ ଫିଲ୍ମ ସହ ଜଡିତ କିଛି ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ଉତ୍ସାହ ବଢାଉଛନ୍ତି । ବର୍ତ୍ତମାନ ଅଜୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ଭୂମିକାରର ଝଲକ ଦେଖାଇଛନ୍ତି । ଏହି ଭିଡିଓରେ ଅଜୟ ଫିଲ୍ମର ଖେଳାଳିଙ୍କ ଝଲକ ମଧ୍ୟ ସେୟାର କରିଛନ୍ତି ।

ଅଜୟଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓରେ ଅଭିନେତାଙ୍କ ଅଭିନୟର ଆରମ୍ଭ ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ଟିମ୍‌ ମଧ୍ୟ ତାଙ୍କ ସହ ପଡ଼ିଆ ଆଡକୁ ଦୌଡୁଥିବା ନଜର ଆସିଛନ୍ତି । ଏହା ପରେ ସେମାନେ ଫୁଟବଲ ଗ୍ରାଉଣ୍ଡ ଦେଖିବାକୁ ମିଳିଛନ୍ତି । ଏହା ପରେ ଅଜୟ ଦେବଗନ ତାଙ୍କ ଖେଳାଳିମାନଙ୍କୁ କିଛି ବିୋଷ କଥା କହୁଥିବାର ଶୁଣିବାକୁ ମଧ୍ୟ ମିଳିଛି । ତେବେ ଏହି ଭିଡିଓ ସେୟାର କରିବାବେଳେ ଅଜୟ କ୍ୟାପସନରେ ଲେଖିଛନ୍ତି, ‘ମଇଦାନକୁ ଆସିବେ କେବଳ ୧୧ ଜଣ ମାତ୍ର ୧୧ ଦିନରେ । ଏହା ସହ ଫିଲ୍ମଟି ଭାରତୀୟ ଫୁଟବଲ୍ ଟିମ୍‌ର ମହାନ୍‌ ସୟଦ ଅବଦୁଲ ରହୀମ ଏବଂ ଭାରତୀୟ ଫୁଟବଲର ସୁବର୍ଣ୍ଣ ଯୁଗରେ ଭାରତୀୟ ଫୁଟବଲ ଉପରେ ଆଧାରିତ ହୋଇଛି । ମଇଦାନ ରିଲିଜ୍‌ ପାଇଁ ମାତ୍ର ୯ ଦିନ ବାକି ରହିଛି । ତେବେ ଅଜୟ ଦେବଗନଙ୍କ ଏହି ଭିଡିଓ ଅଳ୍ପ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଭିଡିଓରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବାର ନଜର ଆସିଛନ୍ତି ।

ଏହି ଫିଲ୍ମ ‘ମଇଦାନ’ ମଇ ୧୦, ୨୦୨୪ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଅଜୟ ଦେବଗନଙ୍କ ଅଭିନୀତ ଏହି ଫିଲ୍ମରେ ମହାନ କୋଚ୍‌ ସୟଦ ଅବଦୁଲ ରହୀମଙ୍କ ଉପରେ ଆଧାରିତ ହୋଇଛି । ଅଜୟଙ୍କ ବ୍ୟତୀତ ବୋନି କପୁର, ଆକାଶ ଚାୱଲା, ଅରୁଣାବ ଯୟା ସେନଗୁପ୍ତା ଏବଂ ଜି ଷ୍ଟୁଡିଓରେ ନିର୍ମିତ, ଏହି ଚଳଚ୍ଚିତ୍ରରେ ପ୍ରିୟମାନି, ରୁଦ୍ରାନିଲ ଘୋଷ ଏବଂ ଗଜରାଜ ରାଓ ମଧ୍ୟ ଅଭିନୟ କରିଛନ୍ତି । ନିକଟରେ ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ମଧ୍ୟ ରିଲିଜ ହୋଇଛି । କଳା ଯାଦୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ବହୁତ ଭଲ ପ୍ରତିକ୍ରିୟା ପାଇଛି । ଏହି ଭୟଙ୍କର ଥ୍ରୀଲର ଫିଲ୍ମରେ ଅଜୟଙ୍କ ସହ ଆର ମାଧବନ୍ ଏବଂ ଜ୍ୟୋତିକା ନଜର ଆସିଥିଲେ ।

 

View this post on Instagram

 

A post shared by Ajay Devgn (@ajaydevgn)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.