Below header

ବୋହୂ ଭୁଲିଗଲା ସବୁ ସମ୍ପର୍କ: ଠେଙ୍ଗାରେ ପିଟି ଭାଙ୍ଗିଲା ଶାଶୁର ହାତ

ବୋହୂ ଭୁଲିଗଲା ସବୁ ସମ୍ପର୍କ । ସାମାନ୍ୟ ସମ୍ପତ୍ତି ବାଡିକୁ କେନ୍ଦ୍ର କରି ଶାଶୁର ହାତ ଭାଙ୍ଗିଦେଲା । ଏମିତି ବୋହୂ କାହାକୁ ନମିଳୁ ଆଜ୍ଞା । 

ସୋର(କେନ୍ୟୁଜ୍‌) :  ବୋହୂ ଭୁଲିଗଲା ସବୁ ସମ୍ପର୍କ । ସାମାନ୍ୟ ସମ୍ପତ୍ତି ବାଡିକୁ କେନ୍ଦ୍ର କରି ଶାଶୁର ହାତ ଭାଙ୍ଗିଦେଲା । ଏମିତି ବୋହୂ କାହାକୁ ନମିଳୁ ଆଜ୍ଞା ।  ଏହି ବୃଦ୍ଧାଙ୍କ ହାତକୁ ଦେଖିଲେ ଆପଣମାନେ ଅନୁଭବ କରିପାରିବେ କେତେ ଶକ୍ତ ଆଘାତ ହେଇଛି ତାଙ୍କୁ । ଆଘାତ ଲାଗିବା ପରେ ହାତଟି ଭାଙ୍ଗି ଫୁଲିଯାଇଛି । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ କେଦାରପୁର ଗ୍ରାମରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାମାନ୍ୟ ଜମିବାଡ଼ି ବିବାଦକୁ ନେଇ ପୁତୁରା ବୋହୂ ମାଡ଼ରେ ଶାଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, କେଦାରପୁର ଗ୍ରାମର ମାଳତୀ ବେହେରାଙ୍କର ନିଜ ଦିଅର ସୁଦର୍ଶନଙ୍କ ସହିତ ଜମିବାଡ଼ି ବିବାଦ ଲାଗି ରହିଛି । ଯାହାକୁ କେନ୍ଦ୍ର କରି ଗତକାଲି ସକାଳେ ମାଳତୀ ଦୋକାନକୁ ସଉଦା କିଣିବାକୁ ଯାଉଥିବା ବେଳେ ତାଙ୍କ ଦିଅରର ବୋହୂ ଅର୍ଥାତ୍ ପୁତୁରା ବୋହୂ ରଶ୍ମିତା ତାଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଏକ ଠେଙ୍ଗାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାଫଳରେ ମାଳତୀଙ୍କର ହାତ ଭାଙ୍ଗି ଯିବା ସହିତ ସେ ଗୁରୁତର ଆହତ ହୋଇଥିଲେ ।

ଏପଟେ ଘଟଣାପରେ ମାଳତୀଙ୍କ ପୁଅ ଘଟରାସ୍ଥଳରେ ପହଁଚି ନିଜ ମାଙ୍କୁ ସୋର ମେଡ଼ିକାଲରେ ଚିକିତ୍ସା କରାଇଥିବାବେଳେ ତାଙ୍କର ବାମ ହାତ ହାଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ଯାହାକୁ ନେଇ ଗତକାଲି ରବିବାର ଅପରାହ୍ନ ୨ ଟା ସମୟରେ ସୋର ଥାନାରେ ମାଳତୀ ପହଁଚି ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏମିତି ଏକ ଘଟଣା ଯାହା ଶାଶୁ ବୋହୂର ପବିତ୍ର ସମ୍ପର୍କକୁ ତଳେ ପକାଇଛି । ସାମାନ୍ୟ ସମ୍ପତ୍ତି ପାଇଁ ମା ସମାନ ଶାଶୁକୁ ହାତ ଉଠାଇ ମାରିବାକୁ ବି ପଛାଉ ନାହିଁ ବୋହୂ । ତେବେ ଏଭଳି ଅନେକ ସମୟରେ ମାଡ ମରାଯାଉଥିବା ସହ ଜୀବନରୁ ମାରିଦେବାକୁ ମାଳତୀଙ୍କୁ ଧମକ ଦିଆଯାଉଥିବାବେଳେ ଏପଟେ ପୁତୁରା ବୋହୂର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.