Below header

‘ଉଦୟନିଧିଙ୍କ ମୁଣ୍ଡ କାଟ, ୧୦ କୋଟି ଟଙ୍କା କମ୍‌ ପଡ଼ିଲେ ଆହୁରି ଦେବି’; ଅଯୋଧ୍ୟା ସନ୍ଥଙ୍କ ନୂଆ ଘୋଷଣା

‘ଉଦୟନିଧିଙ୍କ ମୁଣ୍ଡ କାଟ୍‌ କଲେ, ୧୦ କୋଟି ଟଙ୍କା ଦେବି’। ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ।

‘ଉଦୟନିଧିଙ୍କ ମୁଣ୍ଡ କାଟ୍‌ କଲେ, ୧୦ କୋଟି ଟଙ୍କା ଦେବି’। ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ। ସନାତନ ଧର୍ମ ଉପରେ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଦେଇଥିବା ବିବାଦୀୟ ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ କଡ଼ା ବିରୋଧ କରି ସନ୍ଥ ପରମହଂସ ଉଦୟନିଧିଙ୍କ ମୁଣ୍ଡକାଟ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଏବେ ସନ୍ଥ ପୁଣିଥରେ ଦୋହରାଇଛନ୍ତି ଯେ ଯଦି ୧୦ କୋଟି ଟଙ୍କା ଉଦୟନିଧିଙ୍କ ମୁଣ୍ଡ କାଟିବା ପାଇଁ ପର୍ଯ୍ୟାପ୍ତ ନୁହେଁ, ତେବେ ମୁଁ ପୁରସ୍କାର ରାଶି ବଢ଼ାଇ ଦେବି। ସେ କହିଛନ୍ତି କି, ଦେଶରେ ଯାହା ବି ବିକାଶ ହୋଇଛି, ତାହା ସନାତନ ଧର୍ମ କାରଣରୁ ହୋଇଛି। ଉଦୟନିଧି ଷ୍ଟାଲିନ ନିଜ ବୟାନରେ ଦେଶର ୧୦୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି। ସେ ନିଜ ବୟାନ ପାଇଁ କ୍ଷମା ମାଗିବା ଉଚିତ୍।

ପରମହଂସ ଆଚାର୍ଯ୍ୟ କହିଛନ୍ତି, ସନାତନ ଧର୍ମର କୌଣସି ଅନ୍ତ ନାହିଁ, ତେଣୁ ଏହାକୁ କେହି ନଷ୍ଟ କରିପାରିବେ ନାହିଁ। ଯିଏ ବି ସନାତନକୁ ଧ୍ୱଂସ କରିବାକୁ ଚେଷ୍ଟା କରିବ, ତା’ର ଅନ୍ତ ନିଶ୍ଚିତ। ଆଉ ଯଦି କେହି ଉଦୟନିଧିଙ୍କ ମୁଣ୍ଡ କାଟି ପାରିବେ ନାହିଁ, ତେବେ ମୁଁ ନିଜେ ତାଙ୍କର ମୁଣ୍ଡ କାଟିଦେବି। ଏଥିପାଇଁ ମୋର ଖଣ୍ଡା ପ୍ରସ୍ତୁତ ଅଛି ଏବଂ ମୁଁ ସେଠାକୁ ଯାଉଛି।

କହି ରଖୁଛୁ, ତାମିଲନାଡ଼ୁର ଯୁବ କଲ୍ୟାଣ ଓ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ।

ଉଦୟନିଧି କହିଥିଲେ ଯେ ସନାତନକୁ କେବଳ ବିରୋଧ କରାଯିବା ଉଚିତ୍ ନୁହେଁ, ବରଂ ଏହାକୁ ସମାପ୍ତ କରିଦେବା ହିଁ ଦରକାର। ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ତାହାକୁ ଶେଷ କରିଦେବା ହିଁ ଉଚିତ୍। ଆମେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା କରୋନାକୁ ବିରୋଧ କରିପାରିବା ନାହିଁ, ଏହାକୁ ଆମକୁ ଶେଷ କରିବାକୁ ହେବ। ଏହିଭଳି ସନାତନ ଧର୍ମକୁ ମଧ୍ୟ ଆମକୁ ଶେଷ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.