Below header

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ସେକ୍ସ ସ୍କାଣ୍ଡାଲର ପର୍ଦ୍ଦା ଫାଶ, ଧରାପଡିଲା ଛାତ୍ରୀଙ୍କ ୫୫୦୦ ଅଶ୍ଳୀଳ ଭିଡିଓ

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ବହୁତ ବଡ଼ ସେକ୍ସ ସ୍କାଣ୍ଡାଲ ସାମନାକୁ ଆସିଛି । ଯେଉଁଠି କଲେଜ ଛାତ୍ରୀଙ୍କର ୫୫୦୦ ଅଶ୍ଳୀଳ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ : ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ବହୁତ ବଡ଼ ସେକ୍ସ ସ୍କାଣ୍ଡାଲ ସାମନାକୁ ଆସିଛି । ଯେଉଁଠି କଲେଜ ଛାତ୍ରୀଙ୍କର ୫୫୦୦ ଅଶ୍ଳୀଳ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।

ପାକିସ୍ତାନରେ ଏହି ସ୍କାଣ୍ଡାଲ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ମାମଲାରେ ପାକିସ୍ତାନ ଉଚ୍ଚ ଶିକ୍ଷା ଆୟୋଗ ଇସଲାମିକ ବିଶ୍ୱବିଦ୍ୟାଳୟର ପୋର୍ଟାଲ ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ଥରୀୟ କମିଟି ଗଠନ କରିଛି । ଯେଉଁଥିରେ ୩ କୁଳପତି ଓ ସୁରକ୍ଷା ଏଜେନ୍ସି ରହିଛନ୍ତି ।

ପାକିସ୍ତାନରେ ସେକ୍ସ ସ୍କାଣ୍ଡାଲ ସହ ଜଡିତ ଅଲଗା ଅଲଗା ଭିଡିଓ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓରେ ଜଣେ ଛାତ୍ରୀ କାର ଡିକିରୁ ବାହାରି ଜଣେ ବ୍ୟକ୍ତିଙ୍କ ସହ ଏକ ଘରକୁ ଯାଉଥିବାର ଦେଖାଯାଇଛି । ଏହାର ଭିଡିଓ ତିଆରି ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଛାତ୍ରୀଙ୍କୁ ନିଶା ଦେଇ ନିଶାର ଅଧୀନ କରାଯାଇଥାଏ । ପରେ ତା’ର ଅଶ୍ଳୀଳ ଭିଡିଓ ବନାଇ ଛାତ୍ରୀକୁ ନିଜ ଇଚ୍ଛାରେ ବ୍ୟବହାର କରାଯାଏ ।

ଏହି ମାମଲା ପାକିସ୍ତାନ ମହାବଳପୁର ଇସଲାମିଆ ୟୁନିଭରସିଟିର ବୋଲି ଜଣାଯାଇଛି । ପୁଲିସ ଅବୁ ବଫର ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ଏହି ଘଟଣା ନଜରକୁ ଆସିଛି । ୨୮ ଜୁନରେ ପୁଲିସ ଜଣେ ଝିଅକୁ ଜଣେ ବ୍ୟକ୍ତି ସହ ସନ୍ଦେହଜନକ ଭାବେ ଧରିବା ପରେ ତା’ ଠାରୁ ୧୦ ଗ୍ରାମ ଚରସ ଓ ମୋବାଇଲରୁ ହଜାରରୁ ଉର୍ଦ୍ଧ୍ୱ ଅଶ୍ଳୀଳ ଭିଡିଓ ପାଇଥିଲା । ଏପର୍ଯ୍ୟନ୍ତ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ପୋଲିସ ଏହାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.