ନିଖୋଜ ନାବାଳକର ମିଳିଲା କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ, ରାଗରେ ପୋଲିସ ଗାଡି ଜାଲିଦେଲେ ଉତ୍ତ୍ୟକ୍ତ ଲୋକ

ମଙ୍ଗଳା କୋଠିରେ ମା-ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ ନଥିଲେ । ଖୋଜାଖୋଜି କରିବା ପରେ ମଧ୍ୟ ପୁଅ ସଞ୍ଜିତ ନ ମିଳିବା ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଆଜି ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ମୃତ ଦେହ ଝୁଲୁଥିବା ବେଳେ ତାର ଗୋଡ଼ ଓ ହାତ ନଥିଲା ।

ଅନୁଗୋଳ(କେନ୍ୟୁଜ୍): ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି ନଥିବା ବେଳେ ବଳି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତ ବିଶ୍ବାଳଙ୍କ ଦେହ ସବୁବେଳେ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ ।

ସେଠାରେ ଥିବା ମା ମଙ୍ଗଳ ପ୍ରତ୍ୟକ୍ଷ ଥିବାରୁ ପୂଜାର୍ଚ୍ଚନା କରିବା ସହ ରାତିରେ ମଙ୍ଗଳା କୋଠିରେ ମା-ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ ନଥିଲେ । ଖୋଜାଖୋଜି କରିବା ପରେ ମଧ୍ୟ ପୁଅ ସଞ୍ଜିତ ନ ମିଳିବା ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଆଜି ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ମୃତ ଦେହ ଝୁଲୁଥିବା ବେଳେ ତାର ଗୋଡ଼ ଓ ହାତ ନଥିଲା ।

ଯାହାକୁ ଦେଖି ଏହା ବଳି ପାଇଁ ହତ୍ୟା କରା ଯାଇଥିବା ସନ୍ଦେହ କରା ଯାଉଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି ।ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ବାରିଣୀ ଛକ ଠାରେ ରାସ୍ତା ରୋକ କରିଥିଲେ ଅଞ୍ଚଳବାସୀ । ରାସ୍ତାରୋକ ବେଳେ ପୋଲିସ ଗାଡି ଜାଲିଦେଲେ ଉତ୍ତ୍ୟକ୍ତ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.