Below header

ଯୌନ ଅପରାଧୀଙ୍କ ରାଷ୍ଟ୍ରୀୟ ରେଜିଷ୍ଟ୍ରୀ ପ୍ରକାଶ କରିବ ଭାରତ

ଦିଲ୍ଲୀ(କେନ୍ଯୁଜ୍) : ଆଜି ଯୌନ ଅପରାଧୀଙ୍କ ରାଷ୍ଟ୍ରୀୟ ରେଜିଷ୍ଟ୍ରୀ ପ୍ରକାଶ କରିବ ଭାରତ । ଏହି ଡାଟାବେସ୍‌ ପ୍ରସ୍ତୁତ କରିବାରେ ଭାରତ ବିଶ୍ୱର ନବମ ଦେଶ ହେବ । ଭାରତୀୟ ରେଜିଷ୍ଟ୍ରୀରେ ଯୌନ ଅପରାଧୀଙ୍କ ନାମ, ଫଟୋ, ଘର ଠିକଣା, ଫିଙ୍ଗରପ୍ରିଣ୍ଟ, ଡିଏନ୍‌ଏ ନମୁନା, ପାନ୍‌ ଓ ଆଧାର ନମ୍ବର ରହିବ । ସାରା ଦେଶର ବିଭିନ୍ନ ଜିଲ୍ଲାରୁ ପ୍ରସ୍ତୁତ ଡାଟାବେସ୍‌ରେ ସାଢେ ୪ ଲକ୍ଷରୁ ଅଧିକ ମାମଲା ରହିବ । ଏଥିରେ ପ୍ରଥମ ଥର ଓ ବାରମ୍ବାର ଅପରାଧ କରିଥିବା ଅପରାଧୀ ସାମିଲ ହେବେ । ଅପରାଧୀଙ୍କ ଅପରାଧ ଇତିହାସ ଆଧାରରେ ବର୍ଗିକୃତ କରାଯିବ ।

indiaଯାହା ଦ୍ୱାରା ଜଣାପଡ଼ିବ, ଯେ ଜଣେ ଅପରାଧୀ ଗୋଟିଏ କମ୍ୟୁନିଟି ପାଇଁ କେତେ ବଡ଼ ବିପଦ ସୃଷ୍ଟି କରିପାରିବ । ଗୃହମନ୍ତ୍ରାଳୟ ପକ୍ଷରୁ ନେସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଦ୍ୱାରା ଏହି ଡାଟାବେସ୍‌ ରଖାଯିବ । ତଦନ୍ତକାରୀ ସଂସ୍ଥା, ସେମାନଙ୍କ ଆବଶ୍ୟକ ସମୟରେ ଏହି ଡାଟାବେସ୍‌କୁ ବ୍ୟବହାର କରିବେ । ଏହି ରେଜିଷ୍ଟ୍ରୀ କେବଳ ତଦନ୍ତକାରୀ ସଂସ୍ଥା ମାନଙ୍କ ପାଇଁ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.