ଦୁର୍ଗାପୂଜା ପାଇଁ ସଜେଇ ହେଲାଣି କଟକ ସହର

କଟକ(କେନ୍ଯୁଜ୍) : ଦଶହରା ପର୍ବକୁ ନେଇ ସଜବାଜ ହେଲାଣି କଟକ ସହର । ଚାଲିଛି ସୁନା ଅଳଙ୍କାର ତିଆରି । ଦଶହରାରେ ମାଆଙ୍କୁ ସଜାଇବା ପାଇଁ ବ୍ୟସ୍ତ ଅଛନ୍ତି କାରିଗର । ହାତରେ ତିଆରି କରୁଛନ୍ତି ସୂକ୍ଷ୍ମ କାରୁକାର୍ଯ୍ୟ । ପ୍ରତିବର୍ଷ ରୂପା ମେଢରେ ଝଲସୁଥିବା କଟକ ଖାନନଗର ପୂଜା ମଣ୍ଡପ ଏଥର ମା ଦୁର୍ଗାଙ୍କୁ ସୁନାରେ ସଜାଇବାକୁ ପ୍ରୟାସ କରୁଛି ।

cuttack ୩ କିଲୋ ସୁନାରେ ମୟୂର ଡିଜାଇନରେ ମାଆଙ୍କ ପାଇଁ ମୁକୁଟ ତିଆରି କରାଯାଉଛି । କଟକର ଚୌଧୁରୀ ବଜାର ପୂଜା ମଣ୍ଡପ ପ୍ରଥମେ ମାଆଙ୍କ ପାଇଁ ସୁନା ଅଳଙ୍କାର ତିଆରି କରିଥିଲା । ପରେ ସୁନାର ମେଢ ମଧ୍ୟ ପ୍ରସ୍ତୁତି କରିଥିଲା । ଏଥର ଚୌଧୁରୀ ବଜାର ପୂଜା ମଣ୍ଡପରେ ନୂତନ ସୁନାର କାରୁକାର୍ଯ୍ୟ ଦେଖିବାକୁ ମିଳିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.