Below header

RBIର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

ଦିଲ୍ଲୀ(କେନ୍ୟୁଜ୍) : ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ୨୫ତମ ଗଭର୍ଣ୍ଣର ଭାବେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଶକ୍ତିକାନ୍ତ ଦାସ ହୋଇଛି କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆ ହୋଇଛନ୍ତି । ଉର୍ଜିତ ପଟେଲ୍‌ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ । ବିଶେଷ କରି କେନ୍ଦ୍ର ଓ ଆରବିଆଇ ବିବାଦ ଭିତରେ ସେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବାକୁ କି ପଦକ୍ଷେପ ନେବେ ତାଉପରେ ନଜର ରହିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ମୁଖିଆ । ଓଡ଼ିଆ ଅଧିକାରୀ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉର୍ଜିତ ପଟେଲଙ୍କ ସ୍ଥାନ ନେଇଛନ୍ତି । ସେ ହୋଇଛନ୍ତି ଆରବିଆଇର ୨୫ତମ ଗଭର୍ଣ୍ଣର । କାର୍ଯ୍ୟଭାର ଗ୍ରହଣ କରିବା ପରେ ଶକ୍ତିକାନ୍ତ କହିଛନ୍ତି, ଆରବିଆଇର ସ୍ୱାୟତ୍ତତା, ବିଶ୍ୱାସନୀୟତା ବଜାର ରଖିବା ଦିଗରେ କାମ କରିବେ । ପେସାଦାର ମନୋବୃତ୍ତି ନେଇ ଆଗକୁ ବଢ଼ିବେ । ଦେଶର ଆର୍ଥିକ ଅଭିବୃଦ୍ଧି ପ୍ରାଥମିକତା ହେବ ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ ।

ଉର୍ଜିତ ପଟେଲଙ୍କ ତତ୍କାଳ ଇସ୍ତଫାକୁ ନେଇ ଚର୍ଚ୍ଚା ଯେତିକି ହୋଇଥିଲା ଏବେ ଶକ୍ତିକାନ୍ତଙ୍କ ନିଯୁକ୍ତିକୁ ନେଇ ବିବାଦ ବି ମୁଣ୍ଡ ଟେକିଛି । ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଖୋଦ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଦାୟିତ୍ୱ ଗ୍ରହଣ ପରେ ଶକ୍ତିକାନ୍ତଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ । ବିଶେଷ କରି ଆରବିଆଇ ଓ କେନ୍ଦ୍ର ମଧ୍ୟରେ ଉଠିଥିବା ବିବାଦ ଭିତରେ ତାଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ । ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନରେ ରିହାତି, ନନ୍‌ ବ୍ୟାଙ୍କିଂ ଫାଇନାନସିଆର୍‌ କମ୍ପାନୀଙ୍କୁ ପ୍ରୋତ୍ସାହନ ଆଦି ଦିଗରେ କଣ ପଦକ୍ଷେପ ନେଉଛନ୍ତି ତାଉପରେ ଶିଳ୍ପ ଜଗତ ଓ ଉଦ୍ୟୋଗପତିଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.