ସାଂଘାଇ କୋ-ପରେସନ୍ ସମିଟ୍ରେ ପୁଟିନ୍ ଓ ଜିନପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ସାଂଘାଇ କୋ-ପରେସନ୍ ସମିଟ୍ରେ ଭାରତ ପୁଣି ଉଠାଇବ ଆତଙ୍କାବାଦ ପ୍ରସଙ୍ଗ। ଏଠାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକ ପୂର୍ବରୁ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। କିନ୍ତୁ ପାକିସ୍ତାନ ସହ କୌଣସି ବୈଠକ ହେବ ନାହିଁ। ସାଂଘାଇ କୋ-ପରେସନ୍ ସମିଟ୍ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଯୋଗ ଦେଉଥିବା ବେଳେ ତାଙ୍କୁ ଭେଟିବେ ନାହିଁ ନରେନ୍ଦ୍ର ମୋଦି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା କାର୍ୟ୍ୟକ୍ରମ ନାହିଁ ବୋଲି ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ତେବେ ସାଂଘାଇ କୋ-ପରେସନ୍ ସମିଟ୍ରେ ଇମ୍ରାନ୍ ଖାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ମିଳାଇବେ କି ନାହିଁ ତାଉପରେ ସମସ୍ତଙ୍କ ନଜର ରହିବ।