Below header

ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ଧୂଆଁ, ଛାନିଆ ହୋଇ ଓହ୍ଲାଇପଡିଲେ ଯାତ୍ରୀ

ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ଧୂଆଁ । ଚକା ଜାମ୍‌ ଯୋଗୁଁ ଧୂଆଁ ବାହାରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଷ୍ଟେସନ ନିକଟରେ ଧୂଆଁ ବାହାରିଛି ।

ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ଧୂଆଁ । ଚକା ଜାମ୍‌ ଯୋଗୁଁ ଧୂଆଁ ବାହାରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଷ୍ଟେସନ ନିକଟରେ ଧୂଆଁ ବାହାରିଛି । ଧୂଆଁ ବାହାରିବା ପରେ ଯାତ୍ରୀ ଛାନିଆଁ ହୋଇ ତଳକୁ ଓହ୍ଲାଇପଡିଛନ୍ତି । ତ୍ରୁଟି ମରାମତି ପରେ ଟ୍ରେନ ପୁଣି ଯାତ୍ରା ଆରମ୍ଭ କରିଛି ।

ରେଳ କର୍ମଚାରୀଙ୍କ କହିବାନୁସାରେ, ଟ୍ରେନର ବ୍ରେକ ସୁରେ ଅଖା ପଶି ନିଆଁ ଲାଗିଥିଲା। ରେଳ କର୍ମଚାରୀ ଟ୍ରେନରେ ଥିବା ଅଗ୍ନି ନିର୍ବାପକ ଦ୍ଵାରା ଲିଭାଇଥିଲେ ନିଆଁ। ଜଗନ୍ନାଥ ପ୍ରସାଦ ଜଙ୍କସନରୁ ଧୂଆଁ ବାହାରିଥିଲା। ଲାଞ୍ଜିପଲ୍ଲି ରାମ ନଗର ଠାରେ ଟ୍ରେନ ଅଧା ଘଣ୍ଟା ଅଟକିଥିଲା। ତାପରେ ପୁଣି ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ନିକଟରେ ହାଓ୍ଵଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ନିଆଁ  ଲାଗିଯାଇଥିଲା । ଫାଲକନୁମା ଏକ୍ସପ୍ରେସ ହାଓ୍ଵଡାରୁ ସିକନ୍ଦରାବାଦକୁ ଯାଉଥିବା ବେଳେ ତେଲେଙ୍ଗାନା ନିକଟ ପାଗିଡିପାଲି-ବୋମାଇପାଲି ନିକଟରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନରେ ସର୍ଟ ସର୍କିଟ ଯୋଗୁଁ ୩ଟି ବଗିରେ ନିଆଁ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.